ବନ୍ତର ବିଭିନ୍ନ ସ୍ଥାନରେ ସ୍ୱାଧିନତା ଦିବସ ପାଳିତ

ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକର ବିଭିନ୍ନ ସ୍ଥାନରେ ୭୭ତମ ସ୍ୱାଧିନତା ଦିବସ ପାଳିତ ହୋଇଯାଇଛି । ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ଅଧ୍ୟକ୍ଷ ମନୋରଞ୍ଜନ ଘଡେଇ, ତହସିଲରେ ତହସିଲଦାର ଅଙ୍କିତା ବାରିକ, ସବ୍‌ରେଜେଷ୍ଟ୍ରି ଅଫିସରେ ଅତିରିକ୍ତ ତହସିଲଦାଲ ବିନିତାରାଣୀ କିସ୍କୁ, ସରକାରୀ ପଲିିଟେକ୍‌ନିକ୍‌ରେ ଅଧ୍ୟାପକ ମାନସ ମହାଳିକ, ବନ୍ତ ଥାନାରେ ପ୍ରସାଦ କୁମାର ଜେନା, ଗଣିଜାଙ୍ଗସ୍ଥିତ ଏକାଡେମିକ୍ ଇନ୍ଟରନେସ୍‌ନାଲ୍ ସ୍କୁଲରେ ଇଂ. ଅମ୍ବିକା ବଲ୍ଲଭ ସ୍ୱାଇଁ, ପଳାସଗଢିଆସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟରେ ଅଧ୍ୟକ୍ଷ ପାର୍ଥ ସୁନ୍ଦର ମହାକୁଡ, ନିଳୋକ ହାଇସ୍କୁଲରେ ପ୍ରଧାନ ଶିକ୍ଷକ ଦୁର୍ଯ୍ୟଧନ ଜେନା, ବାବାଜି ଚରଣ ସଂସ୍କୃତ ବିଦ୍ୟାଳୟରେ ପ୍ରଧାନ ପଣ୍ଡିତ ଅଭିମନ୍ୟୁ ସେନାପତି, ନିଳୋକ ପଞ୍ଚାୟତ ଓ ସାଧନା ବିଦ୍ୟା ମନ୍ଦିରରେ ସରପଞ୍ଚ ରଜନୀ ସେଠୀ ପତାକା ଉତ୍ତୋଳନ କରିଥିଲେ । ଟିଲୋ ପଞ୍ଚାୟତରେ ସରପଞ୍ଚ ସଂଗ୍ରାମ କେଶରୀ ଜେନା ପତାକା ଉତ୍ତୋଳନ କରିଥିବା ବେଳେ ଆୟୋଜିତ ସମାରୋହରେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ହରମୋହନ ବେହେରା, ପ୍ରାକ୍ତନ ବାୟୁସେନା ଅଧିକାରୀ ତଥା ପ୍ରାକ୍ତନ ଶ୍ରମ କମିଶନର ଅଭିମନ୍ୟୁ ଲେଙ୍କା, ଡାକ୍ତର ମଳୟ କୁମାର ପ୍ରଧାନ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଅବସରରେ ୨୦ ଜଣ କୃତୀ ଛାତ୍ରଛାତ୍ରୀଙ୍କୁ ମାନପତ୍ର ସହ ପୁରସ୍କୃତ କରାଯାଇଥିଲା । ସେହିପରି ଜଳ ସେଚନ କାର୍ଯ୍ୟାଳୟ, ଆର୍‌.ଡି ଅଫିସ, ବନ୍ତ ଆଞ୍ଚଳିକ ମହାବିଦ୍ୟାଳୟ, ଟିଲୋ ଓ ନିଳୋକ ସମବାୟ ସମିତି ସମେତ ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନରେ ସ୍ୱାଧିନତା ଦିବସ ପାଳିତ ହୋଇଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ