ବନ୍ତଳା ଗ୍ରାମରେ ବିଜେପିର ମିଶ୍ରଣ ପର୍ବ

ହାଟଡ଼ିହି, (ବିକାଶ ବିଶ୍ୱାଳ ) : ମରୈଗାଁ ପଞ୍ଚାୟତର ବନ୍ତଳା ଗ୍ରାମରେ ବିଜେପିର ମିଶ୍ରଣପର୍ବ ଅନୁଷ୍ଠିତ ହୋଇଯାଇଛି । ବିଜେପି ନେତା ଆଲୋକ ସେଠୀଙ୍କ ନେତୃତ୍ୱରେ ଭରଷା କରିବାସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିକାଶ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ବନ୍ତଳା ଗ୍ରାମର ୨୦ରୁ ଉର୍ଦ୍ଧ ପରିବାର ବିଜେପିରେ ସାମିଲ ହୋଇଥିଲେ । ହାଟଡିହି ମଣ୍ଡଳ ସଭାପତି କୈଳାଶ ସାମଲଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ବିଶ୍ରଣପର୍ବରେ ଜିଲ୍ଲା ସାଧାରଣ ସମ୍ପାଦକ ଜ୍ଞାନ ରଞ୍ଜନ ସାମନ୍ତ ସିଂହାର, ଆନନ୍ଦପୁର ବିଧାନସଭାର ଦଳୀୟ ସଂଯୋଜକ ସୁଶାନ୍ତ ଜେନା, ମଣ୍ଡଳ ଉପସଭାନେତ୍ରୀ ମାଧବୀଲତା ରାଉତଙ୍କ ଉପସ୍ଥିତିରେ ନିରଞ୍ଜନ ଜେନା, ପ୍ରଭାତ ଜେନା, ଭିକାରୀ ଚରଣ ସା, ଗୌରାଙ୍ଗ ଜେନା, ପ୍ରଭାତ ଜେନା, କୋଦଣ୍ଡ ଜେନା, ଅଭିମନ୍ୟୁ ନାୟକ, ଗୋଲକ ଜେନା, ମଣିଭଦ୍ର ଜେନା, ପ୍ରହଲାଦ ଜେନା, ଚିନ୍ତାମଣୀ ସାହା, ପଙ୍କଜ ଖୁଣ୍ଟିଆ, ମାନସ ନାୟକ, ସୁବାସ ଜେନା, କାଳନ୍ଦୀ ନାୟକ, ପଞ୍ଚାନନ ଜେନା, ଗୋପାଳ ପରିଡାଙ୍କ ସମେତ ଅନେକ ପରିବାର ବିଜେପିରେ ସାମିଲ ହୋଇଥିଲେ । ଉପସ୍ଥିତ ବିଜେପିର ନେତୃବୃନ୍ଦ ସେମାନଙ୍କୁ ଦଳୀୟ ଟୋପି ଓ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ