ବନ୍ତ ଅଞ୍ଚଳରେ ଛୁଆ ଚୋର ଆତଙ୍କ, ଲୋକେ ଭୟଭୀତ

ବନ୍ତ,(ଚାନ୍ଦିନୀ ମହାନ୍ତି) : ଗତ କିଛି ଦିନ ଧରି ବନ୍ତ ଅଞ୍ଚଳରେ ଛୁଆ ଚୋର ସାଙ୍ଗକୁ ଗ୍ରାମରେ ଚୋର ଆତଙ୍କ ସାଧାରଣ ଲୋକଙ୍କ ନିଦ ହଜାଇ ଦେଇଛି । ପ୍ରକାଶ ଯେ, ଗତ ରବିବାର ବନ୍ତ ଥାନା ଅଧିନ ନିଳୋକ ଗ୍ରାମରେ ରାତି ସାଢେ ୯ଟା ବେଳେ ଜଣେ ଅଜଣା ବ୍ୟକ୍ତିଙ୍କୁ ଗ୍ରାମର ଜଣେ ଲୋକ ହଠାତ ଦେଖିବାକୁ ପାଇଥିଲେ । ପରେ ସେହି ଅଜଣା ବ୍ୟକ୍ତିଙ୍କୁ କିଏ ବୋଲି ପଚାରିବାରୁ କୌଣସି ଉତ୍ତର ମିଳିବା ପରିବର୍ତ୍ତେ ବ୍ୟକ୍ତି ଜଣକ ଦୌଡି ପଳାଇ ଯାଇଥିଲେ । ଫଳରେ ଦେଖିଥିବା ବ୍ୟକ୍ତି ପାଟି କରିବା ପରେ ପାଖ ପଡୋଶୀ ସମେତ ସମଗ୍ର ଗ୍ରାମର ଲୋକେ ବହୁ ଖୋଜାଖୋଜି କରିଥିଲେ । ପରେ ପୋଲିସକୁ ଖବର ଦିଆଯାଇଥିଲେ ମଧ୍ୟ ଅଜଣା ବ୍ୟକ୍ତିଙ୍କର କୌଣସି ସନ୍ଧାନ ମିଳିନଥିଲା । ସେହିପରି ସୋମବାର ରାତିରେ ୩ ଜଣ ଯୁବକ ସନ୍ଦେହ ଜନକ ଭାବେ ଗ୍ରାମରେ ବୁଲୁଥିବାର ଲୋକେ ଦେଖିଥିଲେ । ଉକ୍ତ ଘଟଣାର ସତ୍ୟାସତ୍ୟ ନେଇ ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି । ସେହିପରି ବସନ୍ତିଆ ପଞ୍ଚାୟତ ସିଲନ୍ଦି କାଣ୍ଡପୋଖରୀ ଅଞ୍ଚଳରେ ଏକ ମାନସିକ ବିକୃତ ବ୍ୟକ୍ତିଙ୍କୁ ଲୋକେ ଛୁଆ ଚୋର କହି ଥାନାକୁ ଫୋନ୍ କରିଥିଲେ । ପୋଲିସ ପହଞ୍ôଚ ସଂପୃକ୍ତ ବ୍ୟକ୍ତି ଜଣଙ୍କୁ ଥାନାକୁ ଆଣିବା ପରେ ସେ ରାମଚନ୍ଦ୍ରପୁର ଅଞ୍ଚଳର ବୋଲି ଜଣାଯାଇଛି । ପୋଲିସ ସଂପୃକ୍ତ ବ୍ୟକ୍ତି ସଂପର୍କରେ ପରିବାରଲୋକଙ୍କୁ ଖବର ଦେଇଥିବା ଜଣାଯାଇଛି । ତେବେ ରାତ୍ରି ସମୟରେ ପୋଲିସ ପକ୍ଷରୁ ପେଟ୍ରୋଲିଂ ବ୍ୟବସ୍ଥାକୁ କଡାକଡି କରାଯିବାକୁ ସାଧାରଣରେ ଦାବୀ ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ