ବନ୍ତ ଅଞ୍ଚଳରେ ପ୍ରଚଣ୍ଡ ଶବ୍ଦ, ଲୋକେ ଆତଙ୍କିତ
ବନ୍ତ,(ଚାନ୍ଦିନୀ ମହାନ୍ତି): ଶୁକ୍ରବାର ଅପରାହ୍ନ ୩ଟା ବେଳେ ଏକ ପ୍ରଚଣ୍ଡ ଶବ୍ଦ ହୋଇଥିବା ବେଳେ ଏହାକୁ ନେଇ ସମଗ୍ର ବନ୍ତ ବ୍ଲକବାସୀ ଆତଙ୍କିତ ହୋଇପଡିଥିବା ଜଣାଯାଇଛି । ପ୍ରକାଶ ଯେ, ଦିନ ତମାମ ପାଗ ଠିକ୍ଠାକ୍ ରହିଥିବା ବେଳେ କୌଣସି କିଛି ନଥିଲା । ହଠାତ୍ ଅପରାହ୍ନ ୩ଟା ବେଳେ ଏକ ପ୍ରଚଣ୍ଡ ଶବ୍ଦ ଶୁଣିବାକୁ ମିଳିଥିଲା । ଏଥିସହ କେତେକ ସ୍ଥାନରେ ଘରର କବାଟ, ଝରକାରେ କମ୍ପନ ସୃଷ୍ଟି ହୋଇଥିଲା । ଏହି ଶବ୍ଦ ଶୁଣିବା ପରେ ଲୋକ ମାନେ ଭୟଭୀତ ହୋଇପଡିଥିଲେ । କେହି କେହି ବାଣ ଫୁଟିବା ବୋଲି କହିବା ସହ ନିଜ ନିଜର ସଂପର୍କୀୟ ମାନଙ୍କ ସହ ଯୋଗାଯୋଗ କରିଥିଲେ । ମାତ୍ର ଏହି ଶବ୍ଦ ସମଗ୍ର ବ୍ଲକରେ ଶୁଣିବାକୁ ମିଳିଥିଲା । ଏହି ଶବ୍ଦ କେଉଁଠୁ ଏବଂ କଣ ପାଇଁ ହୋଇଛି ସେନେଇ କୌଣସି ସଠିକ୍ ତଥ୍ୟ ମିଳିନଥିବା ଜଣାଯାଇଛି ।