ବନ୍ତ ଓ କେନ୍ଦୁଆପଦା ଫାଣ୍ଡି ପୋଲିସ ପକ୍ଷରୁ ଚେକିଂ: ୬ ହଜାର ୮ ଶହ ଜୋରିମାନା ଆଦାୟ
ବନ୍ତ, (ଚାନ୍ଦିନୀ ମହାନ୍ତି) : କରୋନା ଲକ୍ ଡାଉନ୍ ବେଳେ ରବିବାର ବନ୍ତ ଓ କେନ୍ଦୁଆପଦା ଫାଣ୍ଡି ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚେକିଂ କରାଯାଇ ୬ ହଜାର ୮ ଶହ ଟଙ୍କା ଜୋରିମାନା ଆଦାୟ କରାଯାଇଛି । ବନ୍ତ ପୋଲିସ ପକ୍ଷରୁ ୩ ଜଣ ବାଇକ୍ ଚାଳକଙ୍କ ଠାରୁ ୩ ହଜାର ଟଙ୍କାର ଚାଲାଣ କଟା ଯାଇଥିବା ବେଳେ ମାକ୍ସ ବ୍ୟବହାର କରିନଥିବା ୫ ଜଣ ବ୍ୟକ୍ତିଙ୍କ ଠାରୁ ୧ ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଛି । ସେହିପରି କେନ୍ଦୁଆପଦା ଫାଣ୍ଡି ପୋଲିସ ପକ୍ଷରୁ ମାକ୍ସ ବ୍ୟବହାର କରିନଥିବା ୧୪ ଜଣ ବ୍ୟକ୍ତିଙ୍କ ଠାରୁ ୨ ହଜାର ୮ ଶହ ଟଙ୍କା ଜୋରିମାନା ଆଦାୟ କରାଯାଇଛି ।


