ବନ୍ତ ଓ ବରଡେଶ୍ୱର ମଣ୍ଡଳରେ ବିଜେପିର ସଦସ୍ୟ ସଂଗ୍ରହ ଅଭିଯାନ

ବନ୍ତ,(ଯୁଗାଦ୍ଧ ନ୍ୟୁଜ୍) : ବନ୍ତ ଓ ବରଡେଶ୍ୱର ମଣ୍ଡଳ ବିଜେପିର ସଦସ୍ୟ ସଂଗ୍ରହ ଅଭିଯାନ ଆରମ୍ଭ ହୋଇଛି । ବନ୍ତ ସାଂଗଠନିକ ମଣ୍ଡଳର ହାଟଡିହୀ ଓ ବରଡେଶ୍ୱର ମଣ୍ଡଳର ଗୋବିନ୍ଦପୁର ଗ୍ରାମ ପଞ୍ଚାୟତତ ଠାରେ ଅନୁଷ୍ଠିତ ହୋଇଯାଇଛି । ଜିଲା ବିଜେପି ସଭାପତି ବଦ୍ରୀ ନାରାୟଣ ଧଳ ଉଭୟ କାର୍ଯ୍ୟକ୍ରମରେ ଯୋଗ ଦେଇ ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀରେ ୪୦ ହଜାରରୁ ଉଦ୍ଧ୍ୱର୍ ନୂତନ ସଭ୍ୟ ସଂଗ୍ରହ କରିବାକୁ ପରାମର୍ଶ ଦେଇଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନୂଆ ଭାରତ ଗଠନର ପରିକଳ୍ପନାକୁ ସାକାର କରିବା ପାଇଁ ଦଳର ପ୍ରତ୍ୟେକ କର୍ମକର୍ତ୍ତା ସଭ୍ୟ ସଂଗ୍ରହ ଅଭିଯାନକୁ ପ୍ରାଥମିକତା ଦେବାକୁ କହିଥିଲେ । ହାଟଡିହୀ ଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମଣ୍ଡଳ ସାଧାରଣ ସଂପାଦକ ଖଗେଶ୍ୱର ବେହେରା ସଭାପତିତ୍ୱ କରିଥିଲେ । ଏଥିରେ ମଣ୍ଡଳ ସଭାନେତ୍ରୀ ପଙ୍କଜିନୀ ଲେଙ୍କା, ପ୍ରଶାନ୍ତ ପୁରୀ, ରାକେଶ ରାଉଳ, ଅନାମ ଜେନା, ମନୋରଞ୍ଜନ ଘଡେଇ, ସନ୍ତୋଷ ନାୟକ, ଗଦାଧର ରାଉତ, ପ୍ରଦୀପ ସେଠୀ, ଦୀପକ ଦାସ, ଧନେଶ୍ୱର ନାୟକ, ସଂଜୀବ ଦାସ ପ୍ରମୁଖ ଯୋଗ ଦେଇଥିଲେ । ସେହିପରି ଗୋବିନ୍ଦପୁର ଗ୍ରାମ ପଞ୍ଚାୟତରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମଣ୍ଡଳ ଉପସଭାପତି ମନୋଜ ବିଶ୍ୱାଳ ସଭାପତିତ୍ୱ କରିଥିଲେ । ଏଥିରେ ପ୍ରଦୀପ୍ତ ବିଶ୍ୱାଳ, ବନମାଳୀ ଜେନା, ତପନ ବାରିକ, ଅକ୍ଷୟ ରାଉତ, ନବକିଶୋର ବଳ, ନିରଂଜନ ଭୂୟାଁ, ରାଜୀବ ଲୋଚନ ସାହୁ, ଧ୍ରୁବ ଚରଣ ମାଝୀ, ବିଦ୍ୟାଧର ସେନାପତି, ପୁରସ୍ତମ ମିଶ୍ର, ତାପସ ଖଣ୍ଡେଇ, କିଶୋର ବିଶ୍ୱାଳ ପ୍ରମଖ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ