ବନ୍ତ କ୍ୱାରାଣ୍ଟାଇନ୍ କେନ୍ଦ୍ରରେ ପରୀକ୍ଷା ପାଇଁ ସ୍ୱାବ୍ ନିଆଗଲା

ବନ୍ତ, (ଚାନ୍ଦିନୀ ମହାନ୍ତି) : କରୋନା ମହାମାରୀ ପରିପେକ୍ଷୀରେ ବନ୍ତ ପଞ୍ଚାୟତ ଅଧିନ ବନ୍ତ ହାଇସ୍କୁଲ କ୍ୱାରାଣ୍ଟାଇନ୍ କେନ୍ଦ୍ରରୁ ୧୦ ଜଣ ପ୍ରବାସୀଙ୍କର ପରୀକ୍ଷା ନିମନ୍ତେ ସ୍ୱାବ୍ ନିଆଯାଇଛି । ସରପଞ୍ଚ କୃପାସିନ୍ଧୁ ସେଠୀଙ୍କ ଉପସ୍ଥିତିରେ ଭଦ୍ରକ ମୁଖ୍ୟ ଚିକିତ୍ସାଳୟର ଲାବ୍‌ଟେକନିସିଆନ୍ ସଶ୍ମିତା ପାତ୍ର, ସିନିୟର ଟେକନିସିଆନ୍ ରାକେଶ କୁମାର ଜେନା ପ୍ରମୁଖ ଉପସ୍ଥିତ ରହି ସ୍ୱାବ୍ ସଂଗ୍ରହ କରିଥିଲେ । କାର୍ଯ୍ୟରେ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ବିଭୁଦତ୍ତ ପାତ୍ର ଓ କର୍ମଚାରୀ ହରିହର ଜେନା ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ