ବନ୍ତ ଜୋନ୍ ସ୍ତରୀୟ ଖେଳକୁଦ ପ୍ରତିଯୋଗିତା ଉଦ୍ଘାଟିତ
ବନ୍ତ, (ଚାନ୍ଦିନୀ ମହାନ୍ତି):ବିଶ୍ୱକପ୍ ହକି ୨୦୨୩ ଉପଲକ୍ଷେ ବନ୍ତ ବ୍ଲକ ନିଳୋକ ଠାରେ ଦୁଇ ଦିନିଆ ଜୋନ୍ ସ୍ତରୀୟ ଖେଳକୁଦ ପ୍ରତିଯୋଗିତା ଉଦ୍ଘାଟିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ବିଧାୟକ ପ୍ରଫୁଲ୍ଲ ସାମଲ ଯୋଗ ଦେଇ ଖେଳ ପତାକା ଉତ୍ତୋଳନ ପୂର୍ବକ ପ୍ରତିଯୋଗିତାକୁ ଉଦ୍ଘାଟନ କରିଥିଲେ । ବନ୍ତ ଜୋନ୍ କ୍ରୀଡା ସଂପାଦକ ମନୋଜ କୁମାର ଶଂଖୁଆଙ୍କ ତତ୍ତ୍ୱାବଧାନ ଓ ଓଡିଶା ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷ ପାର୍ଥ ସୁନ୍ଦର ମହାକୁଡଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ସମ୍ମାନୀତ ଅତିଥି ଭାବେ ଜିଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ ଜେନା, ବ୍ଲକ ଅଧ୍ୟକ୍ଷ ମନୋରଞ୍ଜନ ଘଡେଇ, ବିଡିଓ ପ୍ରଦୀପ କୁମାର ସେଠୀ, ବ୍ଲକ ଶିକ୍ଷାଧିକାରୀ ମଞ୍ଜୁଳାବାଳା ନାୟକ, ସମାଜସେବୀ ସେକ୍ ଜଲାଲଉଦ୍ଦୀନ, ଅବସରପ୍ରାପ୍ତ କାରାଧିକାରୀ ବାବାଜି ଚରଣ ଜେନା, ବନ୍ତ ସମିତି ସଭ୍ୟ ପରମେଶ୍ୱର ବାରିକ, ନିଳୋକ ସରପଞ୍ଚ ରଜନୀ ସେଠୀ, ପୂର୍ବତନ ସରପଞ୍ଚ ଅଶୋକ କୁମାର ମହାନ୍ତି, ସମିତି ସଭ୍ୟ ଉଦ୍ଧବ ଚରଣ ସେଠୀ, ବ୍ଲକ ବିଜେଡି ସଭାପତି ଲକ୍ଷ୍ମୀକାନ୍ତ ମହାନ୍ତି, ନିଳୋକ ହାଇସ୍କୁଲର ପ୍ରଧାନ ଶିକ୍ଷକ ଦୁର୍ଯ୍ୟଧନ ଜେନା, ବନ୍ତ ହାଇସ୍କୁଲର ପ୍ରଧାନ ଶିକ୍ଷକ ଉତ୍ତମ କୁମାର ଦତ୍ତ ଯୋଗ ଦେଇ କ୍ରୀଡା ବକ୍ତବ୍ୟ ପ୍ରଦାନ କରିଥିଲେ । ଓଡିଶା ଆଦର୍ଶ ବିଦ୍ୟାଳୟର କ୍ରୀଡା ଶିକ୍ଷକ ରତିକାନ୍ତ ପଣ୍ଡା ଅତିଥି ପରିଚୟ, ପଞ୍ଚ ।ୟତ ହାଇସ୍କୁଲର କ୍ରୀଡା ଶିକ୍ଷକ ଜଗନ୍ନାଥ ଦ୍ୱିବେଦୀ ବେଦପାଠ, ସିଆରସିସି ସୁକାନ୍ତ କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । ୨ ଦିନିଆ ପ୍ରତିଯୋଗିତାରେ ୧୮ ପଞ୍ଚାୟତର ୫୪ ଉପ୍ରା ବିଦ୍ୟାଳୟ ଓ ୩୬ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଭାଗ ନେଉଛନ୍ତି । ଉଦ୍ଘାଟନୀ ଦିବସରେ କନିଷ୍ଠ ବର୍ଗରେ ୫୪ ଉପ୍ରା ବିଦ୍ୟାଳୟର ୩ ଶହ ପିଲା ୧୦୦ ଓ ୨୦୦ ମିଟର ଦୌଡ, ଉଚ୍ଚ ଓ ଲମ୍ବ ଡିଆଁ, କବାଡି, ଖୋଖୋ, ପୁଟିଂ ସଟ୍, ଡିସକସ୍ ଥ୍ରୋ ଆଦି ପ୍ରତିଯୋଗିତାରେ ଭାଗ ନେଇଥିଲେ । କ୍ରୀଡା ପରିଚାଳନାରେ ଶିକ୍ଷକ ଧିରେନ କୁମାର ଷଡଙ୍ଗୀ, ସହଦେବ ବେହେରା, ଡଲିରାଣୀ ଦାସ, ବିଦ୍ୟୁତଲତା ଦାସ, ସେକ୍ ଆଜାରଉଦ୍ଦୀନ, ରାମ ନାରାୟଣ ମିଶ୍ର, ଉମାକାନ୍ତ ଜେନା, ବିଜୟଲକ୍ଷ୍ମୀ ମଲ୍ଲିକଙ୍କ ସମେତ ସମସ୍ତ ବିଦ୍ୟାଳୟର କ୍ରୀଡା ଶିକ୍ଷକ, ଶିକ୍ଷୟିତ୍ରୀ ମାନେ ସହଯୋଗ କରିଥିଲେ । ଦିବସ ବ୍ୟାପୀ ପ୍ରତିଯୋଗିତାରେ ହରିହର ନୋଡାଲ ଉପ୍ରା ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ସମେତ ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ବଟକୃଷ୍ଣ ମହାନ୍ତି, ସରପଞ୍ଚ ପ୍ରତିନିଧି ରବିନ୍ଦ୍ର ସେଠୀ, ନିଳକଣ୍ଠ ମିଶ୍ର, ବାଇଧର ରାଜ, ସୁଶାନ୍ତ ସାହୁ, ପଦ୍ମନାଭ ନାୟକ, ପର୍ଶୁରାମ ବାରିକ, ପୂର୍ଣ୍ଣ ଚନ୍ଦ୍ର ସେଠୀ, ନବ କିଶୋର ଜେନା ସହଯୋଗ କରିଥିଲେ ।