ବନ୍ତ ତହସିଲରେ ଅବ୍ୟବସ୍ଥା ଅଭିଯୋଗ

ବନ୍ତ, (ଯୁଗାବ୍ଦ ନ୍ୟୁଜ୍‌) : ଗତ କିଛି ମାସ ହେବ ବନ୍ତ ତହସିଲରେ ନାନାଦି ଅବ୍ୟବସ୍ଥା ପରିଲକ୍ଷିତ ହେଉଛି । ସାଧାରଣ ଲୋକ ମାନଙ୍କ କାର‌୍ୟ୍ୟ ସୁଚାରୁରୂପେ ହେଉନଥିବା ଅଭିଯୋଗ ହୋଇଛି । ପ୍ରକାଶ ଯେ, ବନ୍ତ ତହସିଲ ଅଧିନରେ ୬ଟି ରାଜସ୍ୱ ନୀରିକ୍ଷକ କାର‌୍ୟ୍ୟାଳୟ ରହିଥିବା ବେଳେ ଦୈନିକ ଶହ ଶହ ଲୋକ ବିଭିନ୍ନ କାର‌୍ୟ୍ୟ ନେଇ ତହସିଲକୁ ଆସୁଛନ୍ତି । ମାତ୍ର ତହସିଲରେ ବହୁ ପଦବୀ ଖାଲି ପଡିଥିବା ବେଳେ କାର‌୍ୟ୍ୟରତ କିଛି କର୍ମଚାରୀଙ୍କ ମନମୁଖୀ କାର‌୍ୟ୍ୟ ଯୋଗୁଁ ସାଧାରଣଲୋକଙ୍କ କାମ ଠିକ୍ ସମୟରେ ହୋଇପାରୁନାହିଁ । ଗତ ୨୦୧୪ ମସିହା ଠାରୁ ୨୦୧୭ ମସିହା ପର‌୍ୟ୍ୟନ୍ତ ପ୍ରାୟ ୨ ହଜାର ନାମଜାରୀ କେସ୍ ଗୁଡିକ ସଂଶୋଧନ ନହୋଇ ପଡି ରହିଛି । ସାଧାରଣ ଲୋକ ମାନେ ସରକାରୀ ଦେୟ ପୈଠ କରୁଥିଲେ ମଧ୍ୟ ସେମାନଙ୍କୁ ପଟ୍ଟା ମିଳୁନାହିଁ । ସେହିପରି ମାନୁଆଲ ଖତିୟାନ ଗୁଡିକ ଅନ୍‌ଲାଇନ କରିବା ପାଇଁ ବର୍ଷ ବର୍ଷ ସମୟ ଲାଗୁଛି । ତହସିଲ କାର‌୍ୟ୍ୟ।।ଳୟରୁ କୌଣସି ଲୋକଙ୍କ ନିକଟକୁ ଡାକ ଯୋଗେଁ ପଟ୍ଟା ପଠାଯାଉନାହିଁ । ମିସ୍ ସାର୍ଟିଫିକେଟ ଗୁଡିକ ଠିକ୍ ସମୟରେ ମିଳୁନାହିଁ । ଏସଂପର୍କରେ ତହସିଲଦାର ଓ ଅତିରିକ୍ତ ତହସିଲଦାରଙ୍କ ଠାରେ ବାରମ୍ବାର ଅଭିଯୋଗ କରାଯାଉଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ । ଅମିନ ଓ ଡି.ଇ.ଓ ମାନଙ୍କ ମନମୁଖୀ କାର‌୍ୟ୍ୟ ଯୋଗୁଁ ଏପରି ସମସ୍ୟା ଦେଖାଯାଉଛି ବୋଲି ଲୋକ ମାନେ ଅଭିଯୋଗ କରିଛନ୍ତି । ଉପରୋକ୍ତ ସମସ୍ୟାର ତୁରନ୍ତ ସମାଧାନ ନେଇ ବନ୍ତ ଅଞ୍ଚଳର ଦୁର‌୍ୟ୍ୟଧନ ଯେନା, ସନ୍ତୋଷ ବିଶ୍ୱାଳ, ଘନ ପାତ୍ର, ଗଣେଶ ପାତ୍ର, କାଶିନାଥ ଯେନା, କମଳାକାନ୍ତ ବାରିକ, ଗୌରାଙ୍ଗ ଯେନା, ଜଗନ୍ନାଥ ଦାସ, ରବିନ୍ଦ୍ର ରାଉତ, ଗୌରାଙ୍ଗ ପାତ୍ର, ବାଦଲ ଜେନା, ଦାଶରଥି ରାଉଳ, ରମେଶ ଦାସ, ନାରାୟଣ ନାୟକ, ରମେଶ ଚନ୍ଦ୍ର ବାସ୍କେ, ସାଲଖୁ ମୁର୍ମୁ, ରାମ ନାରାୟଣ ଦାଶ, ମାନସ କୁମାର ପାତ୍ର ପ୍ରମୁଖ ମୁଖ୍ୟମନ୍ତ୍ରୀ, ୫ଟି ସଚିବ, ରାଜସ୍ୱ ମନ୍ତ୍ରୀ, ରାଜସ୍ୱ ସଚିବ, ଆର.ଡି.ସି, କଟକ, ଜିଲାପାଳ, ଭଦ୍ରକଙ୍କୁ ଲିଖିତ ଅଭିଯୋଗ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ