ବନ୍ତ ଥାନାର ଅବସରପ୍ରାପ୍ତ ଗୃହରକ୍ଷୀଙ୍କୁ ସମ୍ବର୍ଦ୍ଧନା
ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ଥାନାର ଅବସରପ୍ରାପ୍ତ ୫ଜଣ ଗୃହରକ୍ଷୀଙ୍କୁ ଥାନା ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି । ଥାନାଧିକାରୀ ଆଦିତ୍ୟ ପ୍ରସାଦ ଜେନାଙ୍କ ତତ୍ତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମକୁ ଥାନାର ଗୃହରକ୍ଷୀ ମାନଙ୍କ କମାଣ୍ଡୋ ପ୍ରକାଶ କୁମାର ଜେନା ପରିଚାଳନା କରିଥିଲେ । ଏହି ଅବସରରେ ଅବସରପ୍ରାପ୍ତ ଗୃହରକ୍ଷୀ ଗୌରହରି ଜେନା, ସୁବାଷ ଚନ୍ଦ୍ର ମହାନ୍ତି, ଶୁଭେନ୍ଦ୍ର ଜେନା, ଲକ୍ଷ୍ମୀଧର ଜେନା ଓ ପରଲୋକଗତ ଧୀରେନ୍ଦ୍ର ଜେନାଙ୍କ ପତ୍ନୀ ସତ୍ୟଭାମା ଜେନାଙ୍କୁ ଉତ୍ତରୀୟ, ମାନପତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମରେ ଥାନାର ସମସ୍ତ କର୍ମଚାରୀ ଓ ଗୃହରକ୍ଷୀମାନେ ଉପସ୍ଥିତ ଥିଲେ ।


