ବନ୍ତ ଥାନା ଛକ ଓ କେନ୍ଦୁଆପଦା ଛକରେ ପୂଜା ପାଇଲେ ଗଜଲକ୍ଷ୍ମୀ

ବନ୍ତ, (ଚାନ୍ଦିନୀ ମହାନ୍ତି):ଦୀର୍ଘ ୩୫ ବର୍ଷ ଧରି ବନ୍ତ ଥାନା ଛକ ଓ କେନ୍ଦୁଆପଦା ଛକରେ ଅନୁଷ୍ଠିତ ହୋଇଆସୁଥିବା ଗଜଲକ୍ଷ୍ମୀ ପୂଜା ଚଳିତ ବର୍ଷ ମହାସମାରୋହରେ ଅନୁଷ୍ଠିତ ହେଉଛି । କୁମାର ପୂର୍ଣ୍ଣିମା ରାତିରୁ ଉଭୟ ମଣ୍ଡପରେ କଳସ ଅଣାଯାଇ ଘଟ ସ୍ଥାପନା ପୂର୍ବକ ପୂଜା ଆରମ୍ଭ ହୋଇଛି । ଥାନା ଛକ ପୂଜା ମଣ୍ଡପରେ ସଞ୍ଜୀବ କୁମାର ପଣ୍ଡା, କୃଷ୍ଣ ଚନ୍ଦ୍ର ସାହୁ, ପୂର୍ଣ୍ଣ ଚନ୍ଦ୍ର ସାହୁ କଳସ ଆଣିଥିବା ବେଳେ ପୂଜକ ଭାବେ ଭାସ୍କର ଚନ୍ଦ୍ର ଶତପଥି, ସନ୍ତୋଷ କୁମାର ଶତପଥି ପୂଜା ଦାୟୀତ୍ୱ ସମ୍ପାଦନ କରୁଛନ୍ତି । କମିଟିର ସଭାପତି ରାମ ଚନ୍ଦ୍ର ପଣ୍ଡା, ଉପସଭାପତି ସୌକତ୍ ଅଲ୍ଲୀ, ସଂପାଦକ ନୃସିଂହ ଚରଣ ପରିଡା, ସହ ସଂପାଦକ ଜଳଧର ପଣ୍ଡା, କୋଷାଧ୍ୟକ୍ଷ ବିଜୟ ସାହୁଙ୍କ ସମେତ ଅନ୍ୟ ମାନେ ସମସ୍ତ ଦାୟୀତ୍ୱ ତୁଲାଉଛନ୍ତି । ସେହିପରି କେନ୍ଦୁଆପଦା ଛକ ପୂଜା ମଣ୍ଡପରେ କାହ୍ନୁ ଚରଣ ରାମ କଳସ ଆଣିଥିବା ବେଳେ ପୂଜକ ଭାବେ ଭଗବାନ ପତି, ରାଷ୍ଟ୍ରପତି ପଣ୍ଡା ପୂଜା କାର୍ଯ୍ୟ ସମ୍ପାଦନ କରୁଛନ୍ତି । କମିଟିର ସଭାପତି ବିଜୟ କୁମାର ନାୟକ, ସଂପାଦକ ସେକ୍ କଦମ୍‌, ଉପଦେଷ୍ଟା ଅଖିଳ ସାହୁ, ରଘୁନାଥ ରଣା, ମୋହନ ଚରଣ ସାହୁଙ୍କ ସମେତ କମିଟିର ସଦସ୍ୟ ମାନେ ସହାୟତା କରୁଛନ୍ତି । ଦର୍ଶକ ମାନଙ୍କୁ ଆକୃଷ୍ଟ କଲା ଭଳି ପୂଜା ମଣ୍ଡପରେ ବାରୁଆଳୀ ମୂର୍ତ୍ତି ତିଆରି କରାଯିବା ସହ ସୁଉଚ୍ଚ ତୋରଣ ମାନ ନିର୍ମାଣ କରାଯାଇଛି । ସିନେମା ହଲ ଛକ ଠାରୁ କେନାଲ ଛକ ପର୍ଯର୍୍ୟନ୍ତ ବଜାରର ଉଭୟ ପାଶ୍ୱର୍କୁ ରଙ୍ଗୀବେରଙ୍ଗୀ ଆଲୋକ ମାଳାରେ ସଜ୍ଜିତ କରାଯାଇଛି । ଏହି ପୂଜା ଦେଖିବା ପାଇଁ ଭଦ୍ରକ, ବାଲେଶ୍ୱର, କେନ୍ଦୁଝର, ଯାଜପୁର ଆଦି ଜିଲାରୁ ଲୋକ ମାନେ ଆସୁଛନ୍ତି । ଅପରାହ୍ନ ୪ଟା ଠାରୁ ରାତି ୧୦ଟା ପର୍ଯ୍ୟନ୍ତ ଉଭୟ ମଣ୍ଡପରେ ଦର୍ଶକ ମାନଙ୍କ ଭିଡ ଜମୁଥିବା ଦେଖାଯାଉଛି । ଲୋକ ମାନଙ୍କ ଚାହିଦାକୁ ଦୃଷ୍ଟିରେ ରଖି ଏଠାରେ ବ୍ୟବସାୟୀ ମାନେ ଦୋଳି, ମୀନାବଜାର, ଚାଟ, ମନୋହରୀ ଦୋକାନ ଗୁଡିକ ଖୋଲିଥିବାର ଦେଖାଯାଇଛି । ଶାନ୍ତିଶୃଂଖଳା ଓ ଟ୍ରାଫିକ ବ୍ୟବସ୍ଥା ପାଇଁ ବନ୍ତ ପୋଲିସ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି । ଉଭୟ କମିଟିରେ ଭସାଣୀ ଉତ୍ସବ ଆସନ୍ତା ବୁଧବାର ହେବ ବୋଲି ଜଣାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ