ବନ୍ତ ପୁରୁଣା ବଜାରରେ ସର୍ବପୁରାତନ ଦୁର୍ଗା ପୂଜା

ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ପୁରୁଣା ବଜାରରେ ସର୍ବପୁରାତନ ତଥା ସାର୍ବଜନୀନ ଶାରଦୀୟ ଦୁର୍ଗା ପୂଜା ଆରମ୍ଭ ହୋଇଛି । ସ୍ଥାୟୀ ସାର୍ବଜନୀନ ଦୁର୍ଗାପୂଜା କମିଟି ଆନୁକୂଲ୍ୟରେ ଅନୁଷ୍ଠିତ ଏହି ପୂଜାରେ ଲକ୍ଷ୍ମୀନାରାୟଣ ପାଣି ଓ ସୁଶୀଲ କୁମାର ଦାଶ ବଜାରସ୍ଥିତ ମଳିକ ପୋଖରୀରୁ କଳସ ଆଣିବା ପରେ ଘଟସ୍ଥାପନା କରାଯାଇଥିଲା । ରବିବାର ଅଷ୍ଟମୀ ବିହିତ ପୂଜା ଓ ସନ୍ଧି ପୂଜା, ସୋମବାର ନବମୀ ବିହିତ ପୂଜା, ବଳି ଉତ୍ସର୍ଗ, ମଙ୍ଗଳବାର ଦଶମୀ ବିହିତ ପୂଜା, ଅପରାଜିତା ପୂଜା ଓ ପୂର୍ଣ୍ଣାହୂତି ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ପୂଜା କାର୍ଯ୍ୟରେ ନିରଞ୍ଜନ ମିଶ୍ର, ପ୍ରକାଶ ଚନ୍ଦ୍ର ଦେବତା, ଗଙ୍ଗାଧର ପାଣି ପୂଜକ ଦାୟୀତ୍ୱ ତୁଲାଉଛନ୍ତି । ଦର୍ଶକ ମାନଙ୍କୁ ଆକୃଷ୍ଟ କରିବା ପାଇଁ ପୂଜା ମଣ୍ଡପକୁ ସୁସଜ୍ଜିତ କରିବା ସହିତ ସୁଉଚ୍ଚ ତୋରଣ ନିର୍ମାଣ କରାଯାଇ ରଂଗୀବେରଙ୍ଗୀ ଆଲୋକମାଳାରେ ସଜ୍ଜା ଯାଇଛି । ରବିବାର ଅଷ୍ଟମୀ ପୂଜାରେ ଭୋଗ ଲଗାଇବା ପାଇଁ ସକାଳୁ ସକାଳୁ ଶ୍ରଦ୍ଧାଳଙ୍କ ଭିଡ ଜମିଥିବା ଦେଖାଯାଇଥିଲା । ଶ୍ରଦ୍ଧାଳୁ ମାନେ ଧାଡିରେ ଆସି ମା’ଙ୍କ ଠାରେ ଭୋଗ ଲଗାଇଥିଲେ । ମା’ଙ୍କୁ ଦର୍ଶନ କରିବା ସହିତ ପୂଜା ବୁଲିବା ପାଇଁ ବନ୍ତ ସମେତ ଆଖପାଖ ପଞ୍ଚାୟତରୁ ଶହ ଶହ ଭକ୍ତ ଏଠାରେ ରୁଣ୍ଡିଭୂତ ହେଉଛନ୍ତି । ପୂଜା ମଣ୍ଡପରେ ପ୍ରତ୍ୟେହ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ଶାନ୍ତିଶୃଂଖଳା ରକ୍ଷା ପାଇଁ ପୂଜା ମଣ୍ଡପ ନିକଟରେ ବନ୍ତ ପୋଲିସର କର୍ମଚାରୀ ମାନେ ମୁତୟନ ହୋଇଛନ୍ତି । ପୂଜା ପରିଚାଳନା କମିଟିର ସଂଯୋଜକ କେଦାରନାଥ ମହାନ୍ତି, ସହସଂଯୋଜକ ସଞ୍ଜୟ କୁମାର ନାୟକ, କୃପାସିନ୍ଧୁ ସେଠୀ, ଜ୍ୟୋତି ରଞ୍ଜନ ନାୟକ, ଆଲୋକ କୁମାର ମୁଖାର୍ଜୀ, ଶିବ ନାରାୟଣ ପାଣି, ହିମାଂଶୁ ଶେଖର ଭାଟ୍ଟରାୟ, ଗଂଗାଧର ପଣ୍ଡା, ପଞ୍ଚାନନ ନାୟକ, କ୍ଷୀରୋଦ କୁମାର ନାୟକ, ଗଦାଧର ବେହେରା, ଅଜୟ ଚଣ୍ଡ, ସଂଜୟ ଚଣ୍ଡଙ୍କ ସମେତ ବନ୍ତ ଗ୍ରାମବାସୀ ମାନେ ପୂଜା କାର୍ଯ୍ୟରେ ସହଯୋଗ କରୁଛନ୍ତି । ଆସନ୍ତା ଶୁକ୍ରବାର ଭସାଣୀ ଉତ୍ସବ ଅନୁଷ୍ଠିତ ହେବ ବୋଲି କମିଟି ପକ୍ଷରୁ ଜଣାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ