ବନ୍ତ ପୋଲିସର ସଚେତନତା

ବନ୍ତ,(ଚାନ୍ଦିନୀ ମହାନ୍ତି) : ୭୨ତମ ସାଧାରଣତନ୍ତ୍ର ଦିବସ ଅବସରରେ ବନ୍ତ ପୋଲିସ ପକ୍ଷରୁ ସାଧାରଣ ଲୋକ ମାନଙ୍କୁ ମାସ୍କ ପରିଧାନ ନେଇ ସଚେତନତା କରାଯାଇଛି । ଭଦ୍ରକ-ଆନନ୍ଦପୁର ରାଜ୍ୟ ରାଜପଥରେ ଯାତାୟତ କରୁଥିବା ସମସ୍ତ ଗାଡି, ସାଇକେଲ ଚାଳକଙ୍କ ସମେତ ସାଧାରଣ ଲୋକଙ୍କୁ ପୋଲିସ ଅଧିକାରୀ ଓ କର୍ମଚାରୀ ମାନେ ମାସ୍କ ବଣ୍ଟନ କରିଥିଲେ । ଆଇଆଇସି ମିନା ବିନ୍ଧାଣୀଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଏସ.ଆଇ ପ୍ରସାଦ କୁମାର ଜେନାଙ୍କ ସମେତ ଅନ୍ୟ ପୋଲିସ କର୍ମଚାରୀ ମାନେ ସାମିଲ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ