ବନ୍ତ ପୋଲିସ ପକ୍ଷରୁ ଜୋରଦାର ଚେକିଂ: ୧୪ ହଜାର ଜୋରିମାନା ଆଦାୟ

ବନ୍ତ, (ଚାନ୍ଦିନୀ ମହାନ୍ତି) : କରୋନା ଲକ୍ ଡାଉନ୍ ପରିପେକ୍ଷୀରେ ବନ୍ତ ପୋଲିସ ପକ୍ଷରୁ ବନ୍ତ ଥାନା ଛକ ଓ କେନ୍ଦୁଆପଦା ଛକ ଠାରେ ଜୋରଦାର ଚେକିଂ କରାଯାଉଛି । ଗତ ଦୁଇ ଦିନ ଧରି ଏହି ଚେକିଂ ହେବା ଫଳରେ ରାସ୍ତାରେ ବାଇକ୍‌୍ ଓ ୪ ଚକିଆଯାନ ଚଳାଚଳ ଏକପ୍ରକାର କମି ଯାଇଛି । ଗୁରବାର ପୋଲିସ ପକ୍ଷରୁ ମାତ୍ର ୨ଟି ବାଇକ୍ ଚାଳକଙ୍କ ଠାରୁ ୪ ହଜାର ଜୋରିମାନା ଆଦାୟ କରିଥିବା ବେଳେ ବୁଧବାର ସନ୍ଧ୍ୟାରେ ୫ଟି ବାଇକ୍‌୍ ଚାଳକଙ୍କ ଠାରୁ ୧୦ ହଜାର ଟଙ୍କା ଜୋରିମାନା ଆଦାୟ କରିଥିଲା । ସେହିପରି ବନ୍ତ ଠାରୁ ବସନ୍ତିଆ, ଛୟାଳସିଂ, ଗୋବିନ୍ଦପୁର, ନିମାପଡା ପର୍ଯ୍ୟନ୍ତ ପୋଲିସ ପକ୍ଷରୁ କଡାକଡି ପେଟ୍ରୋଲିଂ କରାଯାଉଥିବାର ଦେଖାଯାଇଛି । ସେହିପରି କେନ୍ଦୁଆପଦା ଫାଣ୍ଡି ପକ୍ଷରୁ କେନ୍ଦୁଆପଦା ଠାରୁ ବାରିକପୁର, ଗୋବିନ୍ଦପୁର ସମେତ ବିଭିନ୍ନ ରାସ୍ତାରେ ପେଟ୍ରୋଲିଂ କରାଯାଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ