ବନ୍ତ ପୋଲିସ ପକ୍ଷରୁ ସଡକ ସୁରକ୍ଷା ଅଭିଯାନ

ବନ୍ତ,(ଯୁଗାବ୍ଦ ନ୍ୟୁଜ୍‌): ବନ୍ତ ପୋଲିସ ପକ୍ଷରୁ ସଡକ ସୁରକ୍ଷା ସପ୍ତାହ ଅଭିଯାନ ଆରମ୍ଭ ହୋଇଛି । ବନ୍ତ ଆଇଆଇସି ମୀନା ବିନ୍ଧାଣୀଙ୍କ ତତ୍ୱାବଧାନରେ ଏକ ସୁସଜ୍ଜିତ ସଚେତନତା ରଥ ଥାନା ପରିସରରୁ ବାହାରି ବନ୍ତ, ସେଣ୍ଢତୀରା ଓ ବସନ୍ତିଆ ଆଦି ବଜାର କରିକ୍ରମା କରିଥିଲା । ଉପରୋକ୍ତ ବଜାର ଗୁଡିକରେ ସଡକ ସୁରକ୍ଷା ସଂପର୍କୀତ ନୃତ୍ୟଗୀତ ପରିବେଷଣ କରାଯାଇ ଲୋକ ମାନଙ୍କୁ ସଚେତନ କରାଯାଇଥିଲା । କାର୍ଯ୍ୟକ୍ରମରେ କର୍ମଚାରୀ ସତ୍ୟ ଭୂୟାଁ, ଗୌରାଙ୍ଗ ବାଗୁଡି, ପ୍ରକାଶ ଜେନା, ଲକ୍ଷ୍ମଣ ରାଉତ, ପାନମଣି ସୋରେନ, ଚମ୍ପା ହେମ୍ବ୍ରମଙ୍କ ସମେତ ଅନ୍ୟମାନେ ସହାୟତା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ