ବନ୍ତ ପ୍ରେସ୍ କ୍ଲବର ଫଗୁ ମିଳନ

ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତସ୍ଥିତ ସରସ୍ୱତୀ ଶିଶୁ ମନ୍ଦିର ପରିସରରେ ବନ୍ତ ପ୍ରେସ୍ କ୍ଲବ ପକ୍ଷରୁ ଫଗୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସଭାପତି ପତଞ୍ଜଳୀ କରଶର୍ମାଙ୍କ ପୌରହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଉପସ୍ଥିତ ସଦସ୍ୟ ମାନଙ୍କୁ ଫଗୁ ଅଭିନନ୍ଦନ ଜ୍ଞାପନ କରାଯାଇଥିଲା । ପରେ ପ୍ରେସ୍ କ୍ଲବର ନୂତନ ସଦସ୍ୟ ପାଇଁ ପ୍ରଶାନ୍ତ କୁମାର ସାହୁ, ଅର୍ପିତା ମଞ୍ଜରୀ ଓଝାଙ୍କ ଆବେଦନ ପତ୍ରକୁ ଗ୍ରହଣ କରାଯାଇଥିଲା । ବ୍ଲକର ବିଭିନ୍ନ ସମସ୍ୟା ଉପରେ ସାମ୍ବାଦିକ ମାନେ ଗୁରାତ୍ୱାରୋପ କରି ସରକାର ଓ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବାକୁ ପରାମର୍ଶ ଦିଆଯାଇଥିଲା । ଖବର ସଂଗ୍ରହ ବେଳେ ପ୍ରଶାସନିକ ଅଧିକାରୀ ମାନେ ସାମ୍ବାଦିକ ମାନଙ୍କୁ ଅଣଦେଖା କରୁଥିବା ନେଇ ବୈଠକରେ ଉଦବେଗ୍ ପ୍ରକାଶ ପାଇଥିଲା । ସାମ୍ବାଦିକ ମାନଙ୍କୁ ତୁରନ୍ତ କୋଭିଡ୍ ଟିକା ପ୍ରଦାନ କରିବାକୁ ବୈଠକରେ ଦାବୀ ହୋଇଥିଲା । ବୈଠକରେ ହରି ନାରାୟଣ ମହାନ୍ତି, ସଂଗ୍ରାମ କେଶରୀ ଜେନା, ସନାତନ ରାଉତ, ଜ୍ଞାନଦା କରଶର୍ମା, ମାର୍କଣ୍ଡ ଧଡା, ରବିନ୍ଦ୍ର କୁମାର ଓଝା, ରମେଶ କୁମାର ମଲ୍ଲିକ, ମାର୍କଣ୍ଡ ବେହେରା, ହରେକୃଷ୍ଣ ପତି, ବିଜୟ କୁମାର ପଣ୍ଡା, ସତ୍ୟଜିତ୍ ନାୟକ, ପ୍ରଶାନ୍ତ କୁମାର ସାହୁ, ଅର୍ପିତା ମଞ୍ଜରୀ ଓଝା ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ