ବନ୍ତ ପ୍ରେସ୍ କ୍ଲବର ବନ୍ଧୁମିଳନ ସମାରୋହ
ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ପ୍ରେସ୍ କ୍ଲବର ବନ୍ଧୁମିଳନ ସମାରୋହ ବନ୍ତ ଠାରେ ଅନୁଷ୍ଠିତ ହୋଇଯାଇଛି । ସଭାପତି ପତଞ୍ଜଳୀ କରଶର୍ମାଙ୍କ ଆବାହକତ୍ୱରେ ଅନୁଷ୍ଠିତ ସମାରୋହରେ ହରି ନାରାୟଣ ମହାନ୍ତି, ସଂଗ୍ରାମ କେଶରୀ ଜେନା, ମାର୍କଣ୍ଡ ବେହେରା, ସନାତନ ରାଉତ, ଜ୍ଞାନଦା କରଶର୍ମା, ରମେଶ ଚନ୍ଦ୍ର ପତି, ଅସିତ୍ ଓଝା, ମାର୍କଣ୍ଡ ଧଡା, ରମେଶ ମଲ୍ଲିକ, ରବିନ୍ଦ୍ର ଓଝା, ହରେକୃଷ୍ଣ ପତି, ପ୍ରଫୁଲ୍ଲ ଦାସଙ୍କ ସମେତ ଅନ୍ୟ ମାନେ ଯୋଗ ଦେଇଥିଲେ । ଏହି ଅବସରରେ ପ୍ରେସ୍ କ୍ଲବର ବିଭିନ୍ନ ସମସ୍ୟା ସଂପର୍କରେ ଆଲୋଚନା କରାଯାଇଥିଲା । ଖବର ସଂଗ୍ରହ ବେଳେ ସାମ୍ବାଦିକ ମାନଙ୍କର ସୁରକ୍ଷା ପ୍ରତି ରାଜ୍ୟ ସରକାର ଗୁରୁତ୍ୱ ଦେବା ସହ ସେମାନଙ୍କ ପାଇଁ ମାସିକ ଭତ୍ତା ପ୍ରଦାନର ବ୍ୟବସ୍ଥା କରାଇବାକୁ ସଭ୍ୟ ମାନେ ଦାବୀ କରିଥିଲେ ।