ବନ୍ତ ପ୍ରେସ୍ କ୍ଲବର ବାର୍ଷିକ ବୈଠକ
ବନ୍ତ,(ଯୁଗାବ୍ଦ ନ୍ୟୁଜ୍): ଭଦ୍ରକ ଜିଲ୍ଲା ବନ୍ତ ପ୍ରେସ୍ କ୍ଲବର ବାର୍ଷିକ ବୈଠକ ମଙ୍ଗଳବାର ଜଳସେଚନ ଡାକବଙ୍ଗଳା ଠାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ପ୍ରେସ୍ କ୍ଲବର ସଭାପତି ପତଞ୍ଜଳୀ କରଶର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସଂପାଦକ ହେମନ୍ତ କୁମାର ବାରିକ, ଉପସଭାପତି ଉମେଶ ପ୍ରସାଦ କର, ସହ ସଂପାଦକ ହରି ନାରାୟଣ ମହାନ୍ତି, ସନାତନ ରାଉତ, ଜ୍ଞାନଦା ପ୍ରସାଦ କରଶର୍ମା, ରବିନ୍ଦ୍ର କୁମାର ଓଝା, ରମେଶ ଚନ୍ଦ୍ର ପତି, ରମେଶ ଚନ୍ଦ୍ର ମଲ୍ଲିକ, ଅସିତ୍ କୁମାର ଓଝା, ପ୍ରଫୁଲ୍ଲ କୁମାର ଦାଶଙ୍କ ସମେତ ଅନ୍ୟ ମାନେ ଉପସ୍ଥିତ ଥିଲେ । ବୈଠକରେ ସାମ୍ବାଦିକଙ୍କ ସୁରକ୍ଷା ଉପରେ ଗୁରୁତ୍ୱାରୋପ କରାଯାଇ ବିଭିନ୍ନ ସମୟରେ ସାମ୍ବାଦିକଙ୍କ ଉପରେ ହେଉଥିବା ଆକ୍ରମଣକୁ ନିନ୍ଦା କରାଯାଇଥିଲା । ଏଥିସହ ପ୍ରେସ୍ କ୍ଲବର ସଦସ୍ୟ ମାନେ ଶୃଂଖଳାଗତ ଭାବେ କାର୍ଯ୍ୟ କରିବା ସହ ନିରପେକ୍ଷ ଭାବେ ସମ୍ବାଦ ପରିବେଷଣ ଉପରେ ଆଲୋଚନା ହୋଇଥିଲା । ନୂତନ ବର୍ଷ ଉପଲକ୍ଷେ ଏକ ବନ୍ଧୁମିଳନ ପର୍ବ ଆୟୋଜନ ନେଇ ସର୍ବସମ୍ମତ କ୍ରମେ ନିଷ୍ପତ୍ତି ହୋଇଥିଲା ।