ବନ୍ତ ପ୍ରେସ୍ କ୍ଲବ ପକ୍ଷରୁ ଜାତୀୟ ପ୍ରେସ୍ ଦିବସ ପାଳିତ
ବନ୍ତ,(ଯୁଗାବ୍ଦ ନ୍ୟୁଜ୍) : ବନ୍ତ ପ୍ରେସ କ୍ଲବରୁ ପକ୍ଷରୁ ଜାତୀୟ ପ୍ରେସ୍ ଦିବସ କ୍ଲବର ସଭାପତି ପତଞ୍ଜଳୀ କରଶର୍ମାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ପ୍ରେସ୍ କ୍ଲବର ବରିଷ୍ଠ ସଭ୍ୟ ଦିଲ୍ଲୀପ କୁମାର ଖୁଣ୍ଟିଆ, ହରି ନାରାୟଣ ମହନ୍ତି, ସଂଗ୍ରାମ କେଶରୀ ଜେନା, ହେମନ୍ତ କୁମାର ସିଂହ, ଜ୍ଞାନଦା ପ୍ରସାଦ କରଶର୍ମା, ରବିନ୍ଦ୍ର ଓଝା, ସନାତନ ରାଉତ, ମାର୍କଣ୍ଡ ଧଡା, ରମେଶ ଚନ୍ଦ୍ର ପତି, ହରେକୃଷ୍ଣ ପତି, ପ୍ରଫୁଲ୍ଲ ଦାସ, ଅସିତ୍ କୁମାର ଓଝା ପ୍ରମୁଖ ଯୋଗ ଦେଇ ଗଣମାଧ୍ୟମ ସମ୍ବିଧାନର ୪ର୍ଥ ସ୍ତମ୍ଭ ହୋଇଥିବା ବେଳେ ସାମ୍ପ୍ରତିକ ପରିସ୍ଥିତିରେ ସାମ୍ବାଦିକ ମାନେ ସୁରକ୍ଷିତ ନୁହନ୍ତି । ଖବର ସଂଗ୍ରହ ବେଳେ ବିଭିନ୍ନ ସମୟରେ ସାମ୍ବାଦିକ ମାନଙ୍କ ଉପରେ ଦୁର୍ବ୍ୟବହାର ଓ ଆକ୍ରମଣ ଆଦି ଘଟଣା ଘଟୁଛି । ଫଳରେ ସାମ୍ବାଦିକ ମାନେ ନିଜକୁ କେବେ ହେଲେ ସୁରକ୍ଷିତ ମଣୁନାହାନ୍ତି । ଏଭଳି ପରିସ୍ଥିତିରେ ରାଜ୍ୟ ସରକାର ସାମ୍ବାଦିକ ମାନଙ୍କ ସୁରକ୍ଷା ପ୍ରତି ଦୃ୍ଷ୍ଟି ଦେବାକୁ ଦାବୀ କରିଥିଲେ ।


