ବନ୍ତ ବିରିଗଡ଼ିଆ ମଠରେ ଶ୍ରୀରାଧାକୃଷ୍ଣଙ୍କ ବିଗ୍ରହ ପ୍ରତିଷ୍ଠା
ବନ୍ତ,(ଯୁଗାଦ୍ଧ ନ୍ୟୁଜ୍) : ସୋମବାର ବନ୍ତ ବ୍ଲକ୍ ସଦରସ୍ଥିତ ବିରିଗଡ଼ିଆ ମଠ ଶ୍ରୀ ନୃସିଂହନାଥଜୀଉଙ୍କ ମନ୍ଦିର ପରିସରରେ ଶ୍ରୀରାଧାକୃଷ୍ଣଙ୍କର ବିଗ୍ରହ ପ୍ରତିଷ୍ଠା ଉତ୍ସବ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି । ନିଳୋକ ଗ୍ରାମର ଆଶୁତୋଷ ଆ·ର୍ଯ୍ୟଙ୍କ ଦ୍ୱାରା ତଥା ବନ୍ତ ଗ୍ରାମର ସଂଜୟ ମଜୁମଦାରଙ୍କ ଜରିଆରେ ପ୍ରଦତ୍ତ ଶ୍ରୀରାଧାକୃଷ୍ଣଙ୍କ ବିଗ୍ରହ ସମେତ ·ରି ସଖାଙ୍କ ବିଗ୍ରହଙ୍କୁ ଗ୍ରାମବାସୀ ତଥା ଭକ୍ତମାନଙ୍କ ଗହଣରେ ମଠ ପରିସରକୁ ନିଆ ଯାଇଥିଲା । ମଠ ପରି·ଳନା କମିଟିର ସଭାପତି ବିବେକାନନ୍ଦ ମିଶ୍ର ଓ ସମ୍ପାଦକ ଅଶୋକ ବେହେରା ତଥା ସଭ୍ୟମାନଙ୍କ ତତ୍ତ୍ୱାବଧାନରେ ଉକ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ପୁରୋହିତ ଭାସ୍କର ଚନ୍ଦ୍ର ଶତପଥୀ ଓ ପୂଜକ ମହେନ୍ଦ୍ରନାଥ ପଣ୍ଡାଙ୍କ ଦ୍ୱାରା ପୂଜା କାର୍ଯ୍ୟ ସମ୍ପନ୍ନ ହୋଇଥିଲା । ସମ୍ବିତ ପଣ୍ଡା ଓ କଳ୍ପନା ପଣ୍ଡା ଉକ୍ତ ପୂଜାରେ ସଙ୍କଳ୍ପ କରିଥିଲେ । ପ୍ରଥମେ ଘଟୋତ୍ତୋଳନ ଓ ପରେ ବିଗ୍ରହ ପ୍ରତିଷ୍ଠା, ଯଜ୍ଞ ଏବଂ ପୂର୍ଣ୍ଣାହୂତି ଆଦି ଅନୁଷ୍ଠିତ ହୋଇଥିଲା । ଭକ୍ତମାନଙ୍କ ପାଇଁ କମିଟି ପକ୍ଷରୁ ପ୍ରସାଦ ସେବନର ବନ୍ଦୋବସ୍ଥ କରା ଯାଇଥିଲା । ସମସ୍ତ କାର୍ଯ୍ୟରେ ମଠ ଟ୍ରଷ୍ଟ ବୋର୍ଡର ମୁଖ୍ୟ ନ୍ୟାସୀ କୃଷ୍ଣଚନ୍ଦ୍ର ଭଟ୍ଟରାୟ, ରବିନ୍ଦ୍ରନାଥ ଓଝା, ଆନନ୍ଦ ରାଜ, ଗୋ÷ରୀ ଶଙ୍କର ମହାନ୍ତି, ହରିହର ଜେନା, ବ୍ରହ୍ମାନନ୍ଦ ପରିଡ଼ା, ସୋ÷ରଭ ଦାଶ, ହରେଶ ମହାରଣା, ଅର୍ଜୁନ ଚଣ୍ଡରାୟ, ଦୁଃଶାସନ ମହାନ୍ତି, କିଶୋର ମଲ୍ଲିକ, ସନାତନ ପେଡ଼ା ଓ ବନ୍ତ ତଥା ଆଖପାଖ ଗ୍ରାମବାସୀ ସହଯୋଗ କରିଥିଲେ ।


