ବନ୍ତ ବ୍ଲକକୁ ଆସିଲେ ନୂଆ ବିଡିଓ
ବନ୍ତ, (ଚାନ୍ଦିନୀ ମହାନ୍ତି):ଓଡିଶା ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ବିଜ୍ଞପ୍ତି ସଂଖ୍ୟା-୨୯୮୬୧/ତା-୮-୯-୨୨ ରିଖ ଅନୁଯାୟୀ ବନ୍ତ ବ୍ଲକର ନୂତନ ବିଡିଓ ଭାବେ ଯାଜପୁର ଜିଲା ଦର୍ପଣ ତହସିଲର ତହସିଲଦାର ପ୍ରଦୀପ କୁମାର ସେଠୀଙ୍କୁ ନିଯୁକ୍ତି ଦିଆଯାଇଛି । ବନ୍ତ ବ୍ଲକରେ କାର୍ଯ୍ୟରତ ବିଡିଓ ଶୁଭଦର୍ଶନ ମିଶ୍ରଙ୍କୁ ଯାଜପୁର ଜିଲା ଦର୍ପଣ ତହସିଲକୁ ତହସିଲଦାର ଭାବେ ବଦଳି କରାଯାଇଛି । ବନ୍ତ ବ୍ଲକକୁ ଆସିଥିବା ନୂତନ ବିଡିଓ ଶ୍ରୀ ସେଠୀ ଜଣେ ଦକ୍ଷ, କର୍ତ୍ତବ୍ୟନିଷ୍ଠ ପ୍ରଶାସନିକ ଅଧିକାରୀ ଭାବେ ଜଣାଶୁଣା ଅଟନ୍ତି । ତାଙ୍କର ପ୍ରଶାସନିକ ଦକ୍ଷତା ବ୍ଲକର ସାମଗ୍ରୀକ ବିକାଶ ଓ ସାଧାରଣ ଲୋକଙ୍କ ସମସ୍ୟାର ସମାଧାନ କ୍ଷେତ୍ରରେ ସହାୟକ ହେବ ବୋଲି ଆଶା କରାଯାଉଛି । ଅପରପକ୍ଷେ ଉକ୍ତ ବ୍ଲକରେ ୧ ବର୍ଷ ମଧ୍ୟରେ ୩ ଜଣ ବିଡିଓଙ୍କ ବଦଳି ହେବା ନେଇ ସାଧାରଣରେ ନାନାଦି ପ୍ରଶ୍ନ ସୃଷ୍ଟି ହୋଇଛି ।