ବନ୍ତ ବ୍ଲକକୁ ବିଧାୟକ ପ୍ରତିନିଧିଙ୍କ ତୋଫାନୀ ଗ୍ରସ୍ତ: ଅଧିକାରୀଙ୍କ ସହ ଉନ୍ନୟନ ମୂଳକ କାର୍ଯ୍ୟ ନେଇ ଆଲୋଚନା
ବନ୍ତ,(ଚାନ୍ଦିନୀ ମହାନ୍ତି) : ଭଣ୍ଡାରିପୋଖରୀ ବିଧାୟକ ପ୍ରତିନିଧି ଇଂ.ପ୍ର୍ରୟାସକାନ୍ତି ସାମଲ ଗତ କିଛି ଦିନ ହେବ ବନ୍ତ ବ୍ଲକକୁ ତୋଫାନୀ ଗ୍ରସ୍ତ କରି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ସଂପର୍କରେ ଅଧିକାରୀଙ୍କ ସହ ଆଲୋଚନା କରିଥିବା ଜଣାଯାଇଛି । ଗତ ସୋମବାର ଶ୍ରୀ ସାମଲ ବନ୍ତ ବ୍ଲକରେ ପହଂଚି ବିଡିଓ ରେବେକା ବିଲୁଙ୍ଗ ସହ ବିଭିନ୍ନ ଉନ୍ନୟନ ମୂଳକ କାର୍ଯର୍୍ୟ ସଂପର୍କରେ ଆଲୋଚନା କରିଥିଲେ । ଆଲୋଚନା ବେଳେ ଏବିଡିଓ ନିଶିକାନ୍ତ ଖୁଣ୍ଟିଆଙ୍କ ସମେତ ଅନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ । ବ୍ଲକର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଗୁଡିକ କିପରି ତ୍ୱରାନ୍ୱିତ କରାଯାଇ ପାରିବ ସେ ନେଇ ଆଲୋଚନା ହୋଇଥିବା ଜଣାଯାଇଛି । ପରେ ଶ୍ରୀ ସାମଲ ବ୍ଲକରେ ଉପସ୍ଥିତ ଥିବା କିଛି ସାଧାରଣ ଲୋକଙ୍କ ସମସ୍ୟା ସଂପର୍କରେ ଅବଗତ ହୋଇଥିଲେ । ସେହିପରି ଗତ ଶୁକ୍ରବାର ଶ୍ରୀ ସାମଲ ବ୍ଳକରେ ଉପସ୍ଥିତ ରହି ବିଭିନ୍ନ କାର୍ଯ୍ୟ ସମ୍ପର୍କରେ ଆଲୋଚନା କରିଥିଲେ ।


