ବନ୍ତ ବ୍ଲକରେ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଯୋଗଦାନ
ବନ୍ତ, (ଚାନ୍ଦିନୀ ମହାନ୍ତି):ଓଡିଶା ସରକାରଙ୍କ ପଞ୍ଚାୟତରାଜ ଓ ପାନୀୟ ଜଳ ଯୋଗାଣ ବିଭାଗ ଚିଠି ନଂ-୧୩୯୦୯/ତା-୩-୯-୨୦ ଏବଂ ଭଦ୍ରକ ଜିଲ୍ଲାପାଳଙ୍କ ଆଦେଶନାମା ସଂଖ୍ୟା-୪୦୫/ତା-୯-୯-୨୦ ମୂଳେ ବନ୍ତ ବ୍ଲକର ନୂତନ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭାବେ ନିଶିକାନ୍ତ ଖୁଣ୍ଟିଆ ଯୋଗଦାନ କରିଛନ୍ତି । ପ୍ରକାଶ ଯେ, ବନ୍ତ ବ୍ଲକରେ ଦୀର୍ଘଦିନ ହେବ ଏବିଡିଓ ପଦବୀ ଖାଲି ପଡିଥିବା ବେଳେ ବିଭିନ୍ନ କାର୍ଯ୍ୟରେ ବ୍ୟାଘାତ ସୃଷ୍ଟି ହେଉଥିଲା । ଏହି ବ୍ଲକରେ ଶ୍ରୀ ଖୁଣ୍ଟିଆ ଜଣେ ଦକ୍ଷ, ସଚ୍ଚୋଟ ଏବଂ ସକ୍ରିୟ ଗ୍ରାମ ପଞ୍ଚାୟତ ସଂପ୍ରସାରଣ ଅଧିକାରୀ ଭାବେ କାର୍ଯ୍ୟ କରିଆସୁଥିଲେ । ତାଙ୍କର ପଦୋନ୍ନତି ହୋଇ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପାହ୍ୟକୁ ଯାଇଥିଲେ । ତାଙ୍କୁ ବନ୍ତ ବ୍ଲକରେ ଏବିଡିଓ ଭାବେ ନିଯୁ୍କ୍ତି ଦିଆଯାଇଥିବାରୁ ବ୍ଲକ ପ୍ରଶାସନ ଅଧିକ କ୍ରିୟାଶୀଳ ହୋଇପ।।ରିବ ବୋଲି ଆଶା କରାଯାଉଛି । ତାଙ୍କୁ ବିଭିନ୍ନ ସଂଗଠନ ଓ ଜନପ୍ରତିନିଧି ମାନେ ଶୁଭେଚ୍ଛା ଜଣାଇଛନ୍ତି । ଜିପିଇଓ ଦାୟୀତ୍ୱ ଜମାଦାର ମୁଣ୍ଡାଙ୍କୁ ଦିଆଯାଇଥିବା ବ୍ଲକ ସୂତ୍ରରୁ ଜଣାଯାଇଛି ।