ବନ୍ତ ବ୍ଲକରେ ନୂତନ ବିପିଏମ୍‌ଙ୍କ କାର୍ଯ୍ୟଭାର ଗ୍ରହଣ

ବନ୍ତ,(ଯୁଗାବ୍ଦନ୍ୟୁଜ) : ବନ୍ତ ବ୍ଲକରେ ନୂତନ ବିପିଏମ୍ ଭାବେ ବୀଣାପାଣି ପଣ୍ଡା କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ଜିଲା ପ୍ରଶାସନର ନିର୍ଦ୍ଦେଶ କ୍ରମେ ଗତ ୭ ତାରିଖରେ ପୂର୍ବ ବିପିଏମ୍ ସସ୍ମିତା ଦାଶ ବନ୍ତ ବ୍ଲକରୁ ଜିଲା କାର୍ଯ୍ୟାଳୟକୁ ବଦଳି ହୋଇଥିଲେ । ତାଙ୍କ ସ୍ଥାନରେ ବାସୁଦେବପୁର ବ୍ଲକର କାର୍ଯ୍ୟରତ ବିପିଏମ୍ ବୀଣାପାଣି ପଣ୍ଡାଙ୍କୁ ବନ୍ତ ବ୍ଲକକୁ ବଦଳି କରାଯାଇଥିଲା । ବୀଣାପାଣି ପଣ୍ଡା ଗତ ୨୦୦୫ ମସିହାରୁ ଭଦ୍ରକ ଜିଲାର ଭଦ୍ରକ, ଧାମନଗର, ବନ୍ତ ଆଦି ସ୍ଥାନରେ ଜଣେ ସାମାଜିକ କର୍ମୀ ଭାବେ କାର୍ଯ୍ୟ କରିବା ସହ ମହିଳା ଘରୋଇ ହିଂସା ନିରୋଧ ଆଇନ-୨୦୦୫କୁ ପ୍ରଚାର ପ୍ରସାର କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ୨୦୦୯ ମସିହାରେ ତୃପ୍ତିର ବାଲେଶ୍ୱର ଜିଲା ଖଇରା ବ୍ଲକରେ ସଂଯୋଜିକା ଭାବେ କାର୍ଯ୍ୟ କରିଥିଲେ । ଏଥିସହ ୨୦୧୪ ମସିହାରୁ ଓଡିଶା ଜୀବିକା ମିଶନର ବିପିଏମ୍ ଭାବେ ଭଦ୍ରକ ଜିଲ୍ଲାର ତିହିଡି, ବନ୍ତ, ଭଦ୍ରକ, ବାସୁଦେବପୁର ବ୍ଲକ ସମେତ ଯାଜପୁର ଜିଲାର ଦାନଗଦି ବ୍ଲକରେ ସେ ନିଷ୍ଠାର ସହିତ କାର୍ଯ୍ୟ କରିଛନ୍ତି । ଏଥିପୂର୍ବରୁ ସେ ବନ୍ତ ବ୍ଲକର ପ୍ରଥମ ବିପିଏମ୍ ଭାବେ କାର୍ଯ୍ୟ କରିଥିଲେ । ଏବେ ସେ ବନ୍ତ ବ୍ଲକର ବିପିଏମ୍ ଭାବେ ଦାୟୀତ୍ୱ ଗ୍ରହଣ କରିଥିବାରୁ ବିିଭିନ୍ନ ମହିଳା ମହାସଂଘର କର୍ମକର୍ତ୍ତା, ଏମ୍‌.ବି.କେ, ସି.ଆର୍‌.ପି ମାନଙ୍କ ମନରେ ଉତ୍ସାହ ଆଣି ଦେଇଛି । ବିଭିନ୍ନ ବର୍ଗର ମହିଳା ମାନଙ୍କୁ ସରକାରୀ ସେବା ଯୋଗାଇ ଦିଆଯିବ ବୋଲି କାର୍ଯ୍ୟଭାର ଗ୍ରହଣ ଅବସରରେ ସେ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ