ବନ୍ତ ବ୍ଲକରେ ପିଇଓ ମାନଙ୍କୁ ପଞ୍ଚାୟତ ଦାୟୀତ୍ୱ ବଣ୍ଟନ
ବନ୍ତ, (ଚାନ୍ଦିନୀ ମହାନ୍ତି):ଭଦ୍ରକ ଜିଲାପାଳଙ୍କ କାର୍ଯ୍ୟାଳୟ ଆଦେଶ ସଂଖ୍ୟା ୮୧୭/ତା-୧୯-୧୧-୨୪ ଅନୁଯାୟୀ ବନ୍ତ ବ୍ଲକରୁ ଅନ୍ୟ ବ୍ଲକକୁ ୫ ଜଣ ପିଇଓଙ୍କର ବଦଳି ହୋଇଥିବା ବେଳେ ଅନ୍ୟ ବ୍ଲକରୁ ୫ ଜଣଙ୍କର ବନ୍ତ ବ୍ଲକକୁ ବଳଦି ହୋଇଥିଲା । ନୂତନ ଭାବେ ୫ ଜଣ ପିଇଓ ବନ୍ତ ବ୍ଲକରେ ଯୋଗ ଦେବା ପରେ ପିଇଓଙ୍କୁ ବିଭିନ୍ନ ପଞ୍ଚାୟତ ଦାୟୀତ୍ୱ ପ୍ରଦାନ କରାଯାଇଛି । ବନ୍ତ ପଞ୍ଚାୟତ ସମିତି କାର୍ଯ୍ୟାଳୟ ଆଦେଶ ସଂଖ୍ୟା-୪୭୨୭/ତା-୨୯-୧୧-୨୪ ଅନୁଯାୟୀ ସମୀକ୍ଷା ତ୍ରିପାଠୀଙ୍କୁ ଆଡିଆ, ଟିଲୋ, ବୀର କିଶୋର ନାୟକଙ୍କୁ ପୁରୁଷଣ୍ଢ, ବିଟିପୁର, ସଙ୍ଗୀତାରାଣୀ ପାଣିଗ୍ରାହୀଙ୍କୁ ମହାନ୍ତିପଡା, ବଡବର୍ଚ୍ଚିକୟାଁ, ପ୍ରଫୁଲ୍ଲ ଚନ୍ଦ୍ର ପଣ୍ଡାଙ୍କୁ ଗଣିଜାଙ୍ଗ, ବନ୍ତ, ବିକାଶ ଚନ୍ଦ୍ର ରାଉତଙ୍କୁ କାଦବରାଙ୍ଗ, ସେଣ୍ଢତୀରା, ଗଣେଶ ପ୍ରସାଦ ନାୟକଙ୍କୁ ଗୋବିନ୍ଦପୁର, ପଧାନପଡା, ପ୍ରଦୀପ କୁମାର ବିଶ୍ୱାଳଙ୍କୁ କେନ୍ଦୁଆପଦା, ଜୟ ପ୍ରକାଶ ମହାପାତ୍ରଙ୍କୁ ଓଡଙ୍ଗ, ତୋଡଗାଁ, ଦେବବ୍ରତ ସାମଲଙ୍କୁ ରାମକୃଷ୍ଣପୁର, ଗଦାଧର ସାହୁଙ୍କୁ ନିଳୋକ, କାର୍ତ୍ତିକ ଚନ୍ଦ୍ର ସ୍ୱାଇଁଙ୍କୁ ଗୋପୀନାଥପୁର, ଚାରିଗାଁ, କ୍ଷୀରୋଦ କୁମାର ଖଟୁଆଙ୍କୁ ଅଣିଜୋ, ବଡ ମହିଷଗୋଠ, ବାସୁଦେବ ବେହେରାଙ୍କୁ ରାମଚନ୍ଦ୍ରପୁର, ବସନ୍ତିଆ, ପୂର୍ଣ୍ଣ ଚନ୍ଦ୍ର ସାହୁଙ୍କୁ ଛୟାଳସିଂହ, ରାମପୁର ଦାୟୀତ୍ୱ ଅର୍ପଣ କରାଯାଇଥିବା ବେଳେ ସୂଚୀସ୍ମିତା ନାୟକଙ୍କୁ ବ୍ଲକ କାର୍ଯ୍ୟାଳୟରେ ଡେଭ୍ଲପ୍ମେଣ୍ଟସେକ୍ସନ ଦାୟୀତ୍ୱରେ ରଖାଯାଇଛି ।