ବନ୍ତ ବ୍ଲକରେ ବିଜେପି ପକ୍ଷରୁ ମାକ୍ସ ବଣ୍ଟନ ସହ ସଚେତନତା କାର୍ଯ୍ୟକ୍ରମ

ବନ୍ତ, (ଚାନ୍ଦିନୀ ମହାନ୍ତି) : ସମଗ୍ର ଦେଶରେ କରୋନା ମହାମାରୀକୁ ପ୍ରତିହତ କରିବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ସଚେତନତା ମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି । ଏଭଳିସ୍ଥିତିରେ ଲୋକ ମାନଙ୍କୁ ଅଧିକରୁ ଅଧିକ ସଚେତନ କରାଇବା ପାଇଁ ବିଭିନ୍ନ ରାଜନୈତିକ ଦଳ ଆଗେଇ ଆସିଛନ୍ତି । ମଙ୍ଗଳବାର ବନ୍ତ ବ୍ଲକ ଅଧିନ ରାମପୁର ଓ ରାମକୃଷ୍ଣପୁର ପଞ୍ଚାୟତରେ ବିଜେପି ପକ୍ଷରୁ ମାକ୍ସ, ଶୁଖିଲା ଖାଦ୍ୟ ଓ ହାତଧୁଆ ସାବୁନ୍ ବଣ୍ଟନ କରାଯାଇଛି । ନିର୍ବାଚନ ମଣ୍ଡଳୀ ନେତା ବଦ୍ରୀ ନାରାୟଣ ଧଳଙ୍କ ନେତୃତ୍ୱରେ ରାମପୁର ପଞ୍ଚାୟତ ଅଧିନ ରାମପୁର ଆଦିବାସୀ ସାହି, ହରିଜନ ସାହି, ଦେହୁରୀ ସାହି,କୁଣ୍ଡଳା ମୁଖ୍ୟ ସାହି, ଅଳଉତି ହରିଜନ ସାହି, ଆଦିବାସୀ ସାହି, ରଘୁନାଥପୁର ହରିଜନ ସାହିରେ ଲୋକ ମାନଙ୍କୁ ମାକ୍ସ, ଶୁଖିଲା ଖାଦ୍ୟ ଓ ହାତଧୁଆ ସାବୁନ୍ ବଣ୍ଟନ କରାଯାଇଛି । କାର୍ଯ୍ୟକ୍ରମରେ ନିରଞ୍ଜନ ଭୂୟାଁ, ତପନ ବାରିକ, ପ୍ରଦୀପ୍ତ ବିଶ୍ୱାଳ, ବନମାଳୀ ଜେନା, ମଣ୍ଡଳ ସଭାପତି ନବ କିଶୋର ବଳ, ଶଙ୍କର୍ଷଣ ଜେନା, ମହେଶ୍ୱର ରାଉତ, ବିଜେନ୍ଦ୍ର ବେହୁରିଆ, ସଞ୍ଜୟ ପୃଷ୍ଟି, ରବିନ୍ଦ୍ର ନାୟକ, ହାଡିବନ୍ଧୁ ପଣ୍ଡା, ବିଜୟ ପ୍ରଧାନ, ଗଣେଶ ବିଶ୍ୱାଳ ସହଯୋଗ କରିଥିଲେ । ସେହିପରି ରାମକୃଷ୍ଣପୁର ପଞ୍ଚାୟତ ଅଧିନ ନାହୋ ଆଦିବାସୀ ସାହି, ହରିଜନ ସାହି, ରାମକୃଷ୍ଣପୁର ନଈକୂଳ ହରିଜନ ସାହି, ଦେହୁରୀ ସାହି, ଆଦିବାସୀ ସାହିରେ ମାକ୍ସ ଓ ହାତଧୁଆ ସାବୁନ୍ ବଣ୍ଟନ କରାଯିବା ସହିତ ଲୋକ ମାନଙ୍କୁ ସଚେତନ କରାଯାଇଥିଲା । କାର୍ଯ୍ୟକ୍ରମରେ ମନୋଜ ବିଶ୍ୱାଳ, ନବ କିଶୋର ବଳ, ରତ୍ନାକର ବିଶ୍ୱାଳ, ଅଜୟ ବେହେରା, ସଚ୍ଚିଦାନନ୍ଦ ସାମଲ, କୁଶ ମଲ୍ଲିକ ସହଯୋଗ କରିଥିଲେ । ପରେ ଅଉଳତି ହରିଜନ ସାହିର ଅଗ୍ନିବିପନ୍ନ ଗଣେଶ ପ୍ରସାଦ ଯେନାଙ୍କ ପରିବାରଙ୍କୁ ଭେଟି ସମବେଦନା ଜଣାଇବା ସହ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ