ବନ୍ତ ବ୍ଲକରେ ବିଧାୟକଙ୍କ ଦ୍ୱାରା ଭତ୍ତା ବଣ୍ଟନ

ବନ୍ତ, (ଚାନ୍ଦିନୀ ମହାନ୍ତି):ମଙ୍ଗଳବାର ବନ୍ତ ବ୍ଲକରେ ୨୯୮ ଜଣ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ କରାଯାଇଛି । ବିଧାୟକ ପ୍ରଫୁଲ୍ଲ ସାମଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ହିତାଧିକାରୀ ମାନଙ୍କୁ ଭତ୍ତା ବଣ୍ଟନ କରିଥିଲେ । ସେଥିମଧ୍ୟରେ ୧୯୮ ଜଣ ବିଧବା, ୯୩ ଜଣ ଭିନ୍ନକ୍ଷମ ଓ ୭ ଜଣଙ୍କୁ ବାର୍ଦ୍ଧକ୍ୟ ଭତ୍ତା ବଣ୍ଟନ କରାଯାଇଥିଲା । ବର୍ତ୍ତମାନ ବ୍ଲକରେ ୩ ହଜାରରୁ ଅଧିକ ନୂତନ ହିତାଧିକାରୀ ଭତ୍ତା ପାଇବା ନେଇ ଆବେଦନ କରିଥିବା ବେଳେ ଅଧିକ ଟାର୍ଗେଟ ଯୋଗାଇ ଦେବା ନେଇ ଏ.ବି.ଡି.ଓ ନିଶିକାନ୍ତ ଖୁଣ୍ଟିଆ ସ୍ଥାନୀୟ ବିଧାୟକ ଶ୍ରୀ ସାମଲଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷ ମନୋରଞ୍ଜନ ଘଡେଇ, ଏ.ବି.ଡି.ଓ ନିଶିକାନ୍ତ ଖୁଣ୍ଟିଆ, ବି.ଏସ.ଏସ୍‌.ଓ ନିଶାକର ଖୁଣ୍ଟିଆଙ୍କ ସମେତ ସମସ୍ତ ପଞ୍ଚାୟତର ସରପଞ୍ଚ ଓ ପି.ଇ.ଓ ମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ