ବନ୍ତ ବ୍ଲକରେ ୩ ସ୍କୁଲ ପୁରସ୍କୃତ
ବନ୍ତ,(ଯୁଗାଦ୍ଧ ନ୍ୟୁଜ୍) : ଚଳିତ ବର୍ଷ ମାଟ୍ରିକ୍ ପରୀକ୍ଷାରେ ଭଲ ପରୀକ୍ଷା ଫଳ ପାଇଁ ବନ୍ତ ବ୍ଲକର ୩ଟି ସ୍କୁଲ ପୁରସ୍କୃତ ହୋଇଛନ୍ତି । ସେଥିମଧ୍ୟରେ ଟିଲୋ ସରକାରୀ ଉଚ୍ଚ ବିଦ୍ୟାଳୟ, ନିଳୋକ ଉଚ୍ଚ ବିଦ୍ୟାଳୟ ଓ ଆଗରପଡା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ରହିଛି । ସେହିପରି ବନ୍ତ ବ୍ଲକରୁ ୧୦୦ ଜଣ ଛାତ୍ରଛାତ୍ରୀ ମୁଖ୍ୟମନ୍ତ୍ରୀ ମେଧାବୃତ୍ତି ପାଇଥିବା ବେଳେ ୧୦ ଜଣଙ୍କୁ ଓଡିଆ ଭାଷା ବୃତ୍ତି ପୁରସ୍କାର ମିଳିଛି । ନିଳୋକ ହାଇସ୍କୁଲର ଲକ୍ଷ୍ମୀପ୍ରିୟା ବେହେରା, ରାଜେଶ କୁମାର ପାଢୀ, ଶୁଭଶ୍ରୀ ପ୍ରଧାନ, ଶୁଭକାନ୍ତ ଦୀପ୍ତିରଞ୍ଜନ ମହାନ୍ତି, ଶ୍ରୀୟା ଆଚାର୍ଯ୍ୟ, ପ୍ରିୟବ୍ରତ ଜେନାଙ୍କୁ ମୁଖ୍ୟମନ୍ତ୍ରୀ ମେଧାବୃତ୍ତି ମିଳିଛି ।