ବନ୍ତ ବ୍ଲକ ସ୍ତରୀୟ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ
ବନ୍ତ, (ଚାନ୍ଦିନୀ ମହାନ୍ତି):ଆଜି ବନ୍ତ ବ୍ଲକ ସମ୍ମିଳନୀ କକ୍ଷରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି । ଏଥିରେ ବିଡିଓ ପ୍ରଦୀପ କୁମାର ସେଠୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଯୋଗ ଦ୍ୱାରା ଉତ୍ତମ ସ୍ୱାସ୍ଥ୍ୟ ଗଠନ ସହ ମାନସିକ ସନ୍ତୁଳନ ଦ୍ୱାରା ବିଭିନ୍ନ କାର୍ଯ୍ୟକୁ ସଠିକ ଭାବରେ କରିବାରେ ସହାୟକ ହୋଇଥାଏ ବୋଲି କହିଥିଲେ । ଅନ୍ୟତମ ଅତିଥି ଭାବେ ଏବିଡିଓ ନିଶିକାନ୍ତ ଖୁଣ୍ଟିଆ, ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ ସୁଚିଶ୍ମିତା ବାରିକ, ପଞ୍ଚାତୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ସମୀକ୍ଷା ତ୍ରିପାଠୀ, ସଙ୍ଗିତାରାଣୀ ପାଣିଗ୍ରାହୀ, ବରିଷ୍ଠ କିରାଣୀ ସୁରେନ୍ଦ୍ର କୁମାର ସାହୁ, ଆଡିଆ ସରପଞ୍ଚ ମିନାକୁମାରୀ ଜେନା ଉପସ୍ଥିତ ଥିଲେ । ଏହି ଅବସରରେ ଯୋଗ ଶିକ୍ଷକ ରାଜେନ୍ଦ୍ର କୁମାର ଦାଶ ଓ ହରପ୍ରିୟା ପୁହାଣ ଯୋଗ ଶିକ୍ଷା ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମରେ ଓଏଲଏମ ସଞ୍ଜୁଲତା ନାୟକ, ଅନନ୍ତ କୁମାର ପଣ୍ଡା, ମିତ୍ରଭାନୁ ସ୍ୱାଇଁ, ରତ୍ନାକର ଜେନାଙ୍କ ସମେତ ସମସ୍ତ ବ୍ଲକ କର୍ମଚାରୀ, ନିର୍ବାଚିତ ଜନପ୍ରତିନିଧି, ଜି.ଆର.ଏସ୍, ଏମ୍.ବି.କେ, ସି.ଆର.ପି ଉପସ୍ଥିତ ଥିଲେ । ଏହି ଅବସରରେ ସମସ୍ତଙ୍କୁ ପ୍ରଶଂସା ପତ୍ର ପ୍ରଦାନ କରାଯାଇଥିଲା ।