ବନ୍ତ ସିପିଆଇର ପ୍ରତିବାଦ ଦିବସ ପାଳିତ
ବନ୍ତ,(ଚାନ୍ଦିନୀ ମହାନ୍ତି) : ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ସର୍ବଭାରତୀୟ ଡାକରାରେ ସିପିଆଇ ବନ୍ତ ଜୋନ୍ କମିଟି ତରଫରୁ ପ୍ରତିବାଦ ଦିବସ ପାଳିତ ହୋଇଯାଇଛି । କେନ୍ଦ୍ର ସରକାରଙ୍କ ତୃଟିପୂର୍ଣ୍ଣ ଆର୍ଥିକ ନୀତି ଯୋଗୁ ଦେଶର ଅର୍ଥନୈତିକ ସଙ୍କଟ ଦେଖା ଦେଇଥିବା ବେଳେ ବେକାରୀ ସମସ୍ୟା ଉତ୍କଟ ହୋଇଛି । ପ୍ରବାସୀ ଶ୍ରମିକ ମାନଙ୍କର ଅବସ୍ଥା ପ୍ରତି ସରକାର ଆଖିବୁଜି ଦେଇଥିବାରୁ ଶ୍ରମିକ ଓ ଶ୍ରମଜୀବି ମାନଙ୍କର ଦୁଃଖଦୁର୍ଦ୍ଦଶା ବଢି ଚାଲିଛି । କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ଦୂରଦୃଷ୍ଟିହୀନ ଆର୍ଥିକ ପରିଚାଳନା ସହିତ ନିୟନ୍ତ୍ରଣ ବିହିନ ଦରଦାମ ବୃଦ୍ଧି ଜନଗଣଙ୍କ ଆର୍ଥିକ ମେରୁଦଣ୍ଡ ଦୋହଲି ଯାଇଛି । ପ୍ରଧାନମନ୍ତ୍ରୀ ଓ ଅର୍ଥମନ୍ତ୍ରୀ ୨୦ ଲକ୍ଷ କୋଟିର କରୋନା ପ୍ୟାକେଜ୍ ଦେଶର ପୁଞ୍ଜିପତି ମାନଙ୍କ ସ୍ୱାର୍ଥର ସୁରକ୍ଷା ପାଇଁ ଘୋଷଣା କରାଯାଇଛି । କିନ୍ତୁ ଦେଶର କୃଷକ, ଶ୍ରମିକ ଓ ଗରିବ ଜନସାଧାରଣଙ୍କୁ ଏଥିରେ ସୁଫଳ ମିଳିବାର ଆଶା ଦେଖାଯାଉନାହିଁ । କେନ୍ଦ୍ର ସରକାରଙ୍କ ଜନବିରୋଧି ନୀତି ପ୍ରତିବାଦରେ ସିପିଆଇ ତରଫରୁ ବନ୍ତ ପାର୍ଟି ଅଫିସରୁ ଏକ ଶୋଭାଯାତ୍ରା ବାହାରି ବଜାର ପରିକ୍ରମା କରିଥିଲା । କୋଭିଡ୍ ନିୟମ ଅନୁଯାୟୀ ଦୂରତା ରକ୍ଷା କରି ସାଥୀ ଓ ସମର୍ଥକ ମାନେ କେନ୍ଦ୍ର ସରକାରଙ୍କ ଜନବିରୋଧୀ ନୀତି ପ୍ରତ୍ୟାହାର, ସାମ୍ରାଜ୍ୟବାଦୀ ଆମେରିକାର ଗୋଡାଣିଆ ନୀତିରୁ କେନ୍ଦ୍ର ସରକାର ଦୂରେଇ ଦେଶର ସ୍ୱାଧୀନ ଓ ନିରପେକ୍ଷ ବୈଦେଶିକ ନୀତିକୁ ବଜାୟ ରଖିବା ପାଇଁ ଉପସ୍ଥିତ ନେତୃବୃନ୍ଦ ମାନେ ବକ୍ତବ୍ୟ ପ୍ରଦାନ କରିଥିଲେ । ବରିଷ୍ଠ ସାଥୀ ଗୋପବନ୍ଧୁ ସେଠୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପ୍ରତିବାଦ ସଭାରେ ସିପିଆଇ ବନ୍ତ ଜୋନ୍ ସଂପାଦକ ରମେଶ ଜେନା, ଆଇନଜୀବି ପରମେଶ୍ୱର ବାରିକ, ନିରଞ୍ଜନ ନାୟକ, ସମିତି ସଭ୍ୟ ରତିକାନ୍ତ ଜେନା, ମଧୁସୂଦନ ପରିଡା, ନାରାୟଣ ଚନ୍ଦ୍ର ସ୍ୱାଇଁ, କିଶୋର ବିଶ୍ୱାଳ ପ୍ରମୁଖ ବକ୍ତବ୍ୟ ପ୍ରଦାନ କରି ଅର୍ଥମନ୍ତ୍ରୀଙ୍କ ଇସ୍ତଫା ଦାବୀ କରିଥିଲେ । ଏହି ପ୍ରତିବାଦ ସଭା ଓ ଶୋଭାଯାତ୍ରାରେ ଆନନ୍ଦ ଚନ୍ଦ୍ର ଜେନା, ରମାକାନ୍ତ ସାହୁ, ,ରବିନ୍ଦ୍ର ସେଠୀ, କୃଷ୍ଣ ଚନ୍ଦ୍ର ଜେନା, ଶ୍ରୀଧର ଜେନା, ଜୟନ୍ତ ଜେନା, କିଶୋର ବେହେରା, ପର୍ଶୁରାମ ସ୍ୱାଇଁ, ଅନିରୁଦ୍ଧ ଜେନା, ଅନନ୍ତ ମହାରଣା, ଅଭିମନ୍ୟୁ ଜେନା, ପବିତ୍ର ସେଠୀ, ବିଷ୍ଣୁ ଚରଣ ଜେନା, କୃଷ୍ଣ ଚନ୍ଦ୍ର ରାଉତ, ଯୁଧିଷ୍ଠିର ଜେନା, ସିପୁନ୍ ଜେନା, ସୁର୍କାନ୍ ଅଲ୍ଲୀ, କଲ୍ଲିମୁଲ୍ଲା ଖାଁ, ସୁରେନ୍ଦ୍ର ରାଉତ, ହେମନ୍ତ ଦେହୁରୀ, ରବିନ୍ଦ୍ର ନାୟକ, କୈଳାସ ଜେନା, ଦାମୋଦର ବାରିକ ପ୍ରମୁଖ ଯୋଗ ଦେଇଥିଲେ ।