ବନ୍ତ ୟୁକୋ ବ୍ୟାଙ୍କରେ ଦୁର୍ନୀତି ନିବାରଣ ସପ୍ତାହ ପାଳିତ
ବନ୍ତ,(ଚାନ୍ଦିନୀ ମହାନ୍ତି) : ଗତ ୨୭ ତାରିଖ ଠାରୁ ଆରମ୍ଭ ହୋଇଥିବା ଦୁର୍ନୀତି ନିବାରଣ ସପ୍ତାହ ମଙ୍ଗଳବାର ଉଦ୍ଯାପିତ ହୋଇଯାଇଛି । ଏପରିପେକ୍ଷୀରେ ବନ୍ତ ସିନେମା ହଲସ୍ଥିତ ୟୁକୋ ବ୍ୟାଙ୍କରେ ଏହି ସପ୍ତାହ ପାଳିତ ହୋଇଯାଇଛି । ସତର୍କ ଭାରତ ଓ ସମୃଦ୍ଧ ଭାରତ ଉପରେ ପର୍ଯ୍ୟବେଷିତ ଏହି ସପ୍ତାହରେ ସମସ୍ତ କର୍ମଚାରୀ ମାନେ ଦୁର୍ନୀତିମୁକ୍ତ ସମାଜ ଗଠନର ଶପଥ ପାଠ କରିଥିଲେ । ଏଥିରେ ଶାଖା ପରିଚାଳକ ନିଳକଣ୍ଠ ବାରିକ, ସହକାରୀ ଶାଖା ପରିଚାଳକ ସନ୍ଦୀପ ଶୁଭଙ୍କର ଜେନା, ମୁଖ୍ୟ କୋଷାଧ୍ୟକ୍ଷ ବିପ୍ଲବ କୁମାର ସାହୁ, କୋଷାଧ୍ୟକ୍ଷ ବ୍ରଜ ମୋହନ ପଣ୍ଡା, କର୍ମଚାରୀ କରୁଣାକର ସୂତାର, ରଘୁନାଥ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।