ବନ୍ଦକୁ ସମର୍ଥନ କରିବ ହିଞ୍ଜିଳିକାଟୁ ଲକ୍ଷ୍ମୀ ନୃସିଂହ ବଣିକ ସଂଘ
ହିଞ୍ଜିଳିକାଟୁ, (ଶେଷଦେବ ସାହୁ):ଜିଏସଟିର ସରଳୀକରଣ ପରିବର୍ତ୍ତେ ଏହାକୁ ଅଧିକ ଜଟିଳ କରାଯାଉଛି । ବ୍ୟବସାୟୀଙ୍କ ବିନା ପରାମର୍ଶରେ ଏଭଳି ବ୍ୟବସ୍ଥା କରାଯାଉଛି । ଏହା ପ୍ରତିବାଦରେ ଆସନ୍ତା ୨୬ ତାରିଖରେ ହେବାକୁ ଥିବା ଭାରତ ବନ୍ଦ ଡାକରାକୁ ହିଞ୍ଜିଳିକାଟୁ ଲକ୍ଷ୍ମୀ ନୃସିଂହ ବଣିକ ସଂଘ । ମଙ୍ଗଳବାର ସନ୍ଧ୍ୟାରେ ଏ ନେଇ ସଂଘ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ସଂଘର ସଭାପତି ନୃସିଂହ ପ୍ରସାଦ ପଟ୍ଟନାୟକଙ୍କ ତତ୍ତ୍ଵାବଧାନରେ ଆୟୋଜିତ ବୈଠକରେ ବିଭିନ୍ନ ବିଷୟରେ ଆଲୋଚନା କରାଯାଇଥିଲା । ଯେତେବେଳେ ଜିଏସଟି ଲାଗୁ ହେଲା କେନ୍ଦ୍ର ସରକାର ଗୋଟିଏ ରାଷ୍ଟ୍ର ଗୋଟିଏ ଟିକସର ପ୍ରତିଶ୍ରୁତି ଦେଇ ସରଳ ଟିକସ ପ୍ରଣାଳୀ ଲାଗୁ କରିବାକୁ ଆଶ୍ଵାସନା ଦେଇଥିଲେ । କିନ୍ତୁ ସମୟାନୁକ୍ରମେ ପ୍ରତିଦିନ ୯୫୦ଟି ନୂତନ ସଂଶୋଧନ କରି ସାରିଲେଣି ।ଏ ନେଇ ବ୍ୟବସାୟୀ ମାନଙ୍କ ପକ୍ଷରୁ ବାରମ୍ବାର ଦାବି ସତ୍ତ୍ୱେ ସଂଶୋଧିତ ରିଟର୍ନ ଦାଖଲ କରିବାର ସୁବିଧା ଦିଆଯାଇନାହିଁ । ନୂତନ ବ୍ୟବସ୍ଥାରେ ଅଣାଯାଇଥିବା ବିଳମ୍ବ ବି ପେନାଲ୍ଟି ସୁଧର ମାତ୍ରା ବୃଦ୍ଧି ପାଇ ଯନ୍ତ୍ରଣା ଦାୟକ ବୋଲି ସଂଘ ପକ୍ଷରୁ କୁହାଯାଇଛି । ଭାରତ ବର୍ଷରେ ବ୍ୟବସାୟୀମାନଙ୍କ ପାଇଁ ଟ୍ରେଡିଙ୍ଗ ବ୍ୟବସ୍ଥା ମୂଳ ଜିଏସଟି ନିୟମରେ ଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ସମ୍ଭବ ହୋଇପାରିଲା ନାହିଁ ।ଏଣୁ ଜିଏସଟି ସରଳୀକରଣ ଦାବିରେ ୨୬ ତାରିଖରେ ସମଗ୍ର ଭାରତ ବର୍ଷରେ ହେବାକୁ ଥିବା ବ୍ୟବସାୟ ବନ୍ଦ ଆହ୍ବାନକୁ ସଂଘ ସମର୍ଥନ ଜଣାଇଛନ୍ତି । ଉକ୍ତ ଦିନ ହିଞ୍ଜିଳିକାଟୁ ସହରର ସମସ୍ତ ଦୋକାନ ବଜାର ବନ୍ଦ ରହିବ ବୋଲି ସଂଘ ପକ୍ଷରୁ କୁହାଯାଇଛି । ଉକ୍ତ ବୈଠକରେ ଉପ ସଭାପତି ଟି ରାମେଶ୍ବର ପାତ୍ର, ସମ୍ପାଦକ ବିଶ୍ବମ୍ବର ସାହୁ, କୋଷାଧ୍ୟକ୍ଷ ପ୍ରତାପ କୁମାର ସାହୁ, ଯୋଗିନ୍ଧ୍ର ପାଣିଗ୍ରାହୀ, କିଶୋର ଚୈଧୁରୀ, ଯୁଗଳ ପଣ୍ଡା, କୋରାମଣୀ ରାଉଳ, ଶୁସାନ୍ତ ପ୍ରଧାନ, ଅନ୍ତର୍ଯ୍ୟାମୀ ସାହୁଙ୍କ ସମେତ ବହୁ ବ୍ୟବସାୟ ଉପସ୍ଥିତ ଥିଲେ ।


