ବନ୍ଦଥିବା ସ୍କୁଲ ଖୋଲିବା ଦାବୀ କଲେ ଗ୍ରାମବାସୀ 

ଛତ୍ରପୁର, (ଦେବଦତ୍ତ ମହାରଣା) :-ଛତ୍ରପୁର ବ୍ଲକ କଣମଣା ପଚାଂୟତ ଅଧିନ ଚଷାକଣମଣାର ଉଚ୍ଚପ୍ରାଥମିକ ବିଦ୍ୟାଳୟକୁ ପୁଣି ଖୋଲିବା ଦାବୀନେଇ ଗ୍ରାମବାସୀଙ୍କ ପକ୍ଷରୁ ଗଞ୍ଜାମ ଜିଲ୍ଲାପାଳ ଙ୍କ ଉଦେଶ୍ୟ ଏକ  ସ୍ମାରକ ପତ୍ର ପ୍ରଦାନ କରାଯାଇଛି । ଏହି ବିଦ୍ୟାଳୟଟି ୨୦୨୧ ରେ ବନ୍ଦ ହୋଇଯାଇ ଅନ୍ୟ ଏକ ପଚାଂୟତ ଶ୍ରୀରାମଚନ୍ଦ୍ରପୁର ଚନ୍ଦ୍ରପଦା ଗ୍ରାମରେ ଥିବା ସ୍କୁଲ ସହ ମିଶ୍ରଣ କରାଯାଇଛି । ୨୦୨୧ ରେ ପୂର୍ବରୁ ଏହି ବିଦ୍ୟାଳୟରେ ୩୬ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ବେଳେ ବର୍ତମାନ ୪୫ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି । ପୁଣି ଏହି ବିଦ୍ୟାଳୟ କୁ ଖୋଲିବା ନିମନ୍ତେ ଗ୍ରାମବାସୀ ମାନେ ଦାବୀ କରିଛନ୍ତି  । ଛୋଟ ଛୋଟ ପିଲାମାନେ ୧କିମି ଦୁରକୁ ଯାଇ ସେଠାରେ ପାଠପଢିବା ସୁରକ୍ଷିତ ମନେ କରୁନାହାନ୍ତି ବୋଲି ଅଭିଭାବକ ମାନେମଧ୍ୟ  କହିଛନ୍ତି ।  ଏହି ସ୍ମାରକପତ୍ର ପ୍ରଦାନବେଳେ ନରସିଂହ ପ୍ରଧାନ, ଟୁକୁନା ପ୍ରଧାନ, ଭାଗିରଥି ବେହେରା, ପି.ଧର୍ମା ରେଡି, ଘନଶ୍ୟାମ ପ୍ରଧାନ, ସନ୍ତୋଷ ପ୍ରଧାନ,କୁମାର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ