ବନ୍ଦରରେ ସୁରକ୍ଷା  ବ୍ୟବସ୍ଥା ଖାଁ ଖାଁ

ବ୍ରହ୍ମପୁର,( ଯୁଗାବ୍ଦ ନ୍ୟୁଜ୍):  ଜାମ୍ମୁ-କାଶ୍ମୀରରେ ଧାରା ୩୭୦ ଉଚ୍ଛେଦ ପରେ ପାକିସ୍ତାନ ଭାରତ ଉପରେ ପ୍ରତିଶୋଧ ପାଇଁ ଚଳାଇଛି ପ୍ର୍ରୟାସ  । ଧାରା ଉଚ୍ଛେଦ ପରେ ପାକିସ୍ତାନରେ ରାଗରେ ରକ୍ତ ଚାଉଳ ଚୋବାଉଛି । ୩୭୦ ଧାରା ଉଚ୍ଚେଦ ପରେ ହିଂସା କାଣ୍ଡ ଓ ଆତଙ୍କବାଦୀ ଦୃଷ୍ଟିରୁ ସ୍ଥଳ ଭାଗରେ ବ୍ୟାପକ ସେନା ମୃତୟନ କରାଯାଇଥିଲା । ଏହାରି ଫଳରେ କିଛି ଆତଙ୍କବାଦୀ ଭାରତ  ମଧ୍ୟରେ ପ୍ରବେଶ କରିବାକୁ ଚେଷ୍ଟା କରୁଥିବା  ସମୟରେ ଭାରତୀୟ ସେନା ଗୁଳିରେ ନିହତ ହୋଇଥିଲେ । ସ୍ଥଳଭାଗରେ ବ୍ୟାପକ ସୁରକ୍ଷା କରାଯାଇଥିବାରୁ ପାକିସ୍ତାନ  ଭାରତ ଉପରେ ଜଳପଥ ଦେଇ ଆକ୍ରମଣ କରିପାରେବୋଲି ଗୁଇନ୍ଦା ରିପୋର୍ଟ ମିଳିଛି । ଗୁଇନ୍ଦା ରିପୋର୍ଟ ଆଧାରରେ ଉଭୟ କେନ୍ଦ୍ର  ଓ ରାଜ୍ୟ ସରକାର ତରଫରୁ ଜଳପଥରେ ବ୍ୟାପକ ସେନା ମୃତୟନ କରାଯିବା ସହ ଆତଙ୍କବାଦୀଙ୍କ ପ୍ରବେଶକୁ  ଭଣ୍ଡୁର କରିବା ପାଇଁ  ଜୋରଦାର ପ୍ରୟାସ ଜାରୀ ରହିଛି । କିନ୍ତୁ ରାଜ୍ୟ ସରକାରଙ୍କ ଜଳପଥରେ କଡା ସୁରକ୍ଷା କରିବା ପାଇଁ ନିର୍ଦେଶ ରହିଥିଲେ ମଧ୍ୟ ସେହିପରି କୈାଣସି ସୁରକ୍ଷା ବ୍ୟବସ୍ଥା ଓ ପେଟ୍ରୋଲିଂ ହୋଇନଥିବା ମସ୍ର‌୍ୟଜୀବି ମାନେ ଅଭିଯୋଗ କରିଛନ୍ତି । ଗଞ୍ଜାମ ଜିଲ୍ଲାର ଗୋପାଳପୁର ଏୟାରପୋର୍ଟ ,ଆର୍ମି ଡିଫେନ୍ସି ,ଟାଟା କମ୍ପାନୀ  ରହିଥିବା ବେଳେ ସୁରକ୍ଷା ବ୍ୟବସ୍ଥା ପୁରା ଢିଲା ରହିଛି । ଏହି ପଥ ଦେଇ କେତେବେଳେ ମଧ୍ୟ ଆତଙ୍କବାଦୀ ମାନେ ଜଳପଥ ଦେଇ ଓଡିଶା ଉପରେ ଆକ୍ରମଣ କରିପାରନ୍ତି । ତେଣୁ ଗ୍ରାମବାସୀ ଭୟଭୀତ  ଅବସ୍ଥାରେ ରହୁଛନ୍ତି । ଗୋଟିଏ ମାରାଥନ ଥାନା ଆର୍ଯ୍ୟପଲ୍ଲୀ ରହିଥିବା ବେଳେ  ଜଳପଥରେ କୈାଣସି ପ୍ରକାର ସୁରକ୍ଷା ନଥିବାରୁ ଲୋକମାନେ ଭୟଭୀତ ଅବସ୍ଥାରେ ରହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ