ବନ୍ଦର କାର୍ଯ୍ୟରେ ବିଶୃଙ୍ଖଳା ସୃଷ୍ଟି କରୁଥିବା ଶ୍ରମିକ ସଂଘର ମୁଖିଆଙ୍କୁ ଏସପିଙ୍କ ତାଗିଦ୍
ଛତ୍ରପୁର, (ଓ୍ବାଇଏନ୍ଏସ୍) : ବହୁ ବର୍ଷ ପରେ ଗୋପାଳପୁର ବନ୍ଦରର ପଣ୍ୟ କାରବାର ସ୍ୱଭାବିକ ଚାଲିଥିବା ବେଳେ କୋଭିଡ୍-୧୯ ସମୟରେ ବିଶୃଙ୍ଖଳା ସୃଷ୍ଟି କରୁଥିବା ଏକ ଶ୍ରମିକ ସଂଘର ମୁଖିଆଙ୍କୁ ଡାକି ଗଂଜାମ ଏସ୍ପି ତାଗିଦ୍ କରିଥିବା ଜଣାପଡିଛି । ଗୋପାଳପୁର ବନ୍ଦରରେ ପ୍ରାୟ ୪ ରୁ ୫ ହଜାର ଶ୍ରମିକଙ୍କ ସ୍ୱାର୍ଥକୁ ଦୃଷ୍ଟି ରଖି ବନ୍ଦର ପକ୍ଷରୁ ସମସ୍ତ କାର୍ଯ୍ୟକୁ ସୁରୁଖୁରରେ ପରିଚାଳିତ କରୁଥିବା ବେଳେ ଗୋଟିଏ ଶ୍ରମିକ ସଂଘର ମୁଖିଆ ବନ୍ଦର କାର୍ଯ୍ୟରେ ବିଶ୍ୃଙ୍ଖଳା ସୃଷ୍ଟି କରୁଥିବା ନେଇ ଅଭିଯୋଗ ହୋଇଥିଲା । ସୂଚନା ପାଇ ଗଂଜାମ ଏସ୍ପି ଉକ୍ତ ଶ୍ରମିକ ସଂଘର ମୁଖିଆଙ୍କୁ ଡାକି ତାଗିଦ୍ କରିଥିବା ସହ ପରବର୍ତ୍ତୀ ସମୟରେ ଏଭଳି ବିଶୃଙ୍ଖଳା କାର୍ଯ୍ୟରୁ ନିବୃତ୍ତ ରହିବା ପାଇଁ ପରାମର୍ଶ ଦେଇଥିଲେ ।