ବନ୍ଦହେବ ଶିରିଡ଼ି ସାଇ ମନ୍ଦିର

ମୁମ୍ବାଇ:- ରବିବାର ଠାରୁ ବନ୍ଦ ରହିବ ମହାରାଷ୍ଟ୍ରର ଶିରିଡି ସାଇ ବାବାଙ୍କ ମନ୍ଦିର । ମନ୍ଦିରକୁ ଅନର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ ରଖିବା ପାଇଁ ନିଷ୍ପତି ନେଲା ସାଇବାବା ସଂସ୍ଥାନ ଟ୍ରଷ୍ଟ । ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକେରଙ୍କ ସାଇବାବାଙ୍କ ଉପରେ ଦେଇଥିବା ବିବାଦୀୟ ମନ୍ତବ୍ୟକୁ ବିରୋଦ୍ଧ କରି ସାଇବାବା ସେବା ସଂସ୍ଥାନ ଟ୍ରଷ୍ଟ ପକ୍ଷରୁ ନିଆଯାଇଛି ଏଭଳି ନିଷ୍ପତି । ମହାରାଷ୍ଟ୍ର ସରକାରଙ୍କ ଦ୍ୱାରା ପାଥରୀକୁ ତୀର୍ଥସ୍ଥାନ ଭାବେ ଘୋଷଣା ହୋଇଛି। ଏଥିନେଇ କାହାରି କିଛି ଆପତ୍ତି ନାହିଁ, ହେଲେ ପାଥରୀକୁ ସାଇବାବାଙ୍କ ଜନ୍ମଭୂମି କହିବାକୁ ନେଇ ରାଜନୀତି ଆରମ୍ଭ ହୋଇଯାଇଛି । ଏହି ନିଷ୍ପତ୍ତି ପରେ ମହାରାଷ୍ଟ୍ରର ଅହମଦନଗରର ବିଜେପି ସାଂସଦ ସୁଜୟ ଭିଖେ ପାଟିଲ ଏଥିନେଇ ଆଇନଗତ ଲଢ଼େଇ ପାଇଁ ଚେତାବନୀ ଦେଇଛନ୍ତି । ଖାଲି ସେତିକି ନୁହେଁ, ବିବାଦ ଯୋଗୁଁ ଏଇ ୧୯ ତାରିଖରେ ଶିରିଡ଼ି ବନ୍ଦ ଡାକରା ବି ଦେଇଛନ୍ତି। ଅହମଦନଗର ଲୋକସଭା ନିର୍ବାଚନ ମଣ୍ଡଳୀର ସାଂସଦ ପ୍ରଶ୍ନ ଉଠାଇଛନ୍ତି ଯେ, ସାଇବାବାଙ୍କ ଜନ୍ମଭୂମିକୁ ନେଇ ଦାବି ସେତେବେଳ କାହିଁକି ଆସିଲା, ଯେତେବେଳେ ରାଜ୍ୟରେ ନୂତନ ସରକାର ଗଠନ ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ