“ବନ୍ଦେ ଉତ୍କଳ ଜନନୀ”ରେ କମ୍ପିଲା ଗଜପତି  

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲାର ବିଭିନ୍ନ ସ୍ଥାନରେ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ଏବଂ ଜିଲ୍ଲାପାଳ ଅନୁପମ ସାହାଙ୍କ ନିବେଦନକ୍ରମେ ଗତକାଲି ଶନିବାର ୫.୩୦ ମିନିଟ ସମୟରେ ବନ୍ଦେ ଉତ୍କଳ ଜନନୀ ସଂଗୀତ ଗାନ କରାଯାଇ କରୋନାର ଅଗ୍ରଣୀ ଯୋଦ୍ଧା ମାନଙ୍କୁ ସମ୍ବର୍ଦ୍ଧନା ଜଣାଯାଇଛି । ବନ୍ଦେ ଉତ୍କଳ ଜନନୀ ସଂଗୀତରେ ଗଜପତି ଜିଲ୍ଲା ପ୍ରକମ୍ପିତ ହୋଇଥିଲା । ପାରଳାଖେମୁଣ୍ଡି ସହରର ରାଜଦାଣ୍ଡ, ରାଜନହର ସମ୍ମୁଖ,ମୁଖ୍ୟ ଥାନା ପରିସର ଆଦି ଅଞ୍ଚଳରେ “ବନ୍ଦେ ଉତ୍କଳ ଜନନୀ” ସଂଗୀତ ଯହାକି ଓଡିଶାର ରାଜ୍ୟର ମାତୃ ସଂଗୀତ ଭାବେ ବେଶ୍ ଆଦୃତ ଭବେ ପରିବେଷଣ କରାଯାଇଥିଲା । ସେହିପରି ଭାବେ ଜିଲ୍ଲାପାଳଙ୍କ ନିବେଦନ ଅନୁଯାୟୀ ବିଭିନ୍ନ ବେସରକାରୀ ଅନୁଷ୍ଠାନ ଯଥା ସାହି, ବସ୍ତି, ଗଳି ବିଭିନ୍ନ ସ୍ଥାନରେ ଏହି ସଂଗୀତ ପରିବେଷଣ କରାଯାଇଥିଲା । ଏଥି ପ୍ରତି ଲୋକମାନେ ମଧ୍ୟ ବେଶ୍ ଆତ୍ମିୟତା ଦେଖାଇଥିବା ଦୃଷ୍ଟିକୁ ଆସିଥିଲା । ଏହି ଅବସରରେ ବାଲ୍‌ମୁକୁନ୍ଦ କେନ୍ଦ୍ର, ନିୟତି ଭିନ୍ନକ୍ଷମ ସଂସ୍ଥା, ଆକାଂକ୍ଷା ମହିଳା ସଂଗଠନ ଇତ୍ୟାଦି ବିଭିନ୍ନ ଅନୁଷ୍ଠାନ ଓ ସରକାରୀ କାର୍ଯ୍ୟାଳୟ ପରିସରରେ ଏହି “ବନ୍ଦେ ଉତ୍କଳ ଜନନୀ” ସଂଗୀତ ପରିବେଷଣ ହୋଇଥିଲା । ଗଜପତିର ଅଗ୍ରଣୀ ମହିଳା ସଂଗଠନ ଆକାଂକ୍ଷା ମହିଳା ସଂଗଠନର ପାରଳାଖେମୁଣ୍ଡି କାର୍ଯ୍ୟାଳୟରେ ସଭାନେତ୍ରୀ ମୀନାକ୍ଷୀ ସାହୁ,ସମ୍ପାଦିକା ମିନା କୁମାରୀ ଟହଲ,କୋଷାଧକ୍ଷ ତନୁଜା ଶତପଥିଙ୍କ ନେତୃତ୍ୱରେ ମହିଳାମାନେ “ବନ୍ଦେ ଉତ୍କଳ ଜନନୀ” ଗାନ କରିଥିଲେ । ସେହିପରି ଜିଲ୍ଲାର ଚନ୍ଦ୍ରଗିରି ସ୍ଥିତ ବୈଦ୍ଧ ମନ୍ଦିର, ମୋହନା, ଗୋଷାଣୀ, ଗୁରାଣ୍ଡି, ଗାରବନ୍ଧ, ନୂଆଗଡ, ଗୁମ୍ମା, କାଶୀନଗର, ରାୟଗଡ ଇତ୍ୟାଦି ବିଭିନ୍ନ ଅନୁଷ୍ଠାନ ତଥା ସରକାରୀ ବେସରକାରୀ ଅଞ୍ଚଳରେ ଏହା ସଫଳତାର ସହ ପାଳନ ହୋଇଥିବାବେଳେ ଲୋକମାନଙ୍କ ସମର୍ଥନ ଦେଖିବାକୁ ମିଳିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ