ବନ୍ଦେ ଉତ୍କଳ ଜନନୀ କୁ ଶିକ୍ଷା ପାଠ୍ୟକ୍ରମ ରେ ସାମିଲ କୁ ବିରୋଧ

କଳାହାଣ୍ଡି,(ୱାଇଏନ୍ଏସ୍): ରାଜ୍ୟ ସରକାର ବନ୍ଦେ ଉତ୍କଳ ଜନନୀ କୁ ଶିକ୍ଷା ପାଠ୍ୟକ୍ରମ ରେ ସାମିଲ କରିବା ନିଷ୍ପତ୍ତି କୁ କୋଶଳ ରାଜ୍ୟ ସମନ୍ଵୟ ସମିତି ବିରୋଧ କରୁଛି | ସରକାର ଙ୍କ ନିଷ୍ପତ୍ତି ବିରୋଧ ରେ ନିର୍ଣ୍ଣାୟକ ଲଢେଇ କରିବାଜୁ ସମିତି ନିଷ୍ପତ୍ତି କରିଛି | ଏହି ଅବସରରେ ଆଜି ସମିତି ତରଫରୁ କଳାହାଣ୍ଡି ଜିଲ୍ଲାପାଳ ଙ୍କୁ ମୁଖ୍ୟମନ୍ତ୍ରୀ ଙ୍କ ଉଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଛି | ସମିତି ର ଅଭିଯୋଗ ଅନୁଯାୟୀ ଉତ୍କଳ କହିଲେ କେବଳ ଅଭିଭକ୍ତ କଟକ, ବାଲେଶ୍ୱର ଓ ପୁରୀ ଜିଲ୍ଲା କୁ ବୁଝାଏ | କିନ୍ତୁ ୧୯୩୬ ମସିହା ରେ ଓଡିଶା ରାଜ୍ୟ ଗଠନ ହେଲା ବେଳେ ଉତ୍କଳ ଅଞ୍ଚଳ ସହ କଳିଙ୍ଗ ଭୂଖଣ୍ଡ ର ଗଞ୍ଜାମ ଓ କୋଶଳ ଅଞ୍ଚଳ ର ସମ୍ବଲପୁର ଓ କୋରାପୁଟ ଅଞ୍ଚଳ କୁ ନେଇ ଗଠିତ ହୋଇଥିଲା | ୧୯୪୮ ମସିହା ରେ ବାକି ସବୁ ଅଞ୍ଚଳ କୁ ଓଡିଶା ସହ ମିଶାଇ ଦିଅ ଯାଇଥିଲା | ଏଭଳି ସ୍ଥଳ ରେ ଓଡିଶା ରାଜ୍ୟ ରେ ଉତ୍କଳ କିମ୍ବା ବନ୍ଦେ ଉତ୍କଳ ଜନନୀ ର କୌଣସି ପ୍ରାସଙ୍ଗିକତା ନାହିଁ | ବନ୍ଦେ ଉତ୍କଳ ଜନନୀ କୁ ରାଜ୍ୟ ସଙ୍ଗୀତ ର ମାନ୍ୟତା ଦେବା ପରେ ଏହାକୁ ସରକାର ସ୍କୁଲ ପାଠ୍ୟକ୍ରମ ରେ ସାମିଲ କରିବାର ନିଷ୍ପତ୍ତି ନେଇଛନ୍ତି ଯାହା କି କୋସଳାଞ୍ଚଳ ର ଦୁଈ କୋଟି ଲୋକଙ୍କ ସ୍ୱାଭିମାନ କୁ ଆଘାତ କରିଛି | ତେବେ ଆଗାମୀ ଦିନ ରେ ସରକାର ଙ୍କ ଏହି ନିଷ୍ପତ୍ତି ବିରୋଧ ରେ କୋଶଳ ରାଜ୍ୟ ସମନ୍ଵୟ ସମିତି ବ୍ୟାପକ ଜନଜାଗରଣ କରିବା ସହ ଆନ୍ଦୋଳନ କୁ ଓଲ୍ହାଇବ ବୋଲି ନିଷ୍ପତ୍ତି ଗ୍ରହଣ କରିଛି |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ