‘ବନ୍ଦେ ଉତ୍କଳ ଜନନୀ’ ସଂଗୀତରେ ପ୍ରକମ୍ପିତ ହେଲା ଭଞ୍ଜନଗର
ଭଞ୍ଜନଗର (ସନ୍ତୋଷ କୁମାର ଜେନା): କୋରନା ମହାମାରୀ ରେ ରାତ୍ର ଦିନ ଯୋଦ୍ଧା ପରି ଲେଢ଼େଇ କରୁଥିବା ଡାକ୍ତର, ନର୍ସ, ସ୍ୱାସ୍ଥ୍ୟ କର୍ମଚାରୀ, ପୋଲିସ, ପ୍ରଶାସକ, ସରକାରୀ କର୍ମଚାରୀ, ଶିକ୍ଷକ, ସଚେତନତା ର ବାର୍ତା ପ୍ରକାଶ କରୁଥିବା ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ସମ୍ମାନ ଜଣେଇ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଆହ୍ୱାନ କ୍ରମେ ସାରା ଭାରତ, ବିଦେଶ, ଓ ଓଡିଶା ମାଟିରେ ଓଡ଼ିଆ ମାନେ ପୁଣି ଏକତା ଓ ପ୍ରେମ ବନ୍ଧନ ରେ ବାନ୍ଧି ହୋଇ ଆଜି ମେ 30 ତାରଖ 2020 ଅପରାହ୍ନ 5.30 ମିନିଟ ସମୟ ରେ କାନ୍ତକବି ଲଷ୍ମୀକାନ୍ତ ମହାପାତ୍ର ଙ୍କ ରଚିତ” ବନ୍ଦେ ଉତ୍କଳ ଜନନୀ……ଗାନ କରିଛନ୍ତି। ଓଡ଼ିଶା ଇତିହାସ ରେ ଆଜିର ଦିନ ସ୍ଵର୍ଣ।କ୍ଷର ରେ ଲିପିବଦ୍ଧ ହୋଇ ରହିବ। ଜାତି,ଧର୍ମ,ବର୍ଣ୍ଣ, ଓ ରାଜନୈତିକ ଦଳ ରୁ ଉର୍ଦ୍ଧ ରେ ରହି ପ୍ରତିଟି ଓଡ଼ିଆ ଜାତି ,ପ୍ରେମ, ଓ ମାଟି ମମତା ଜାଗରଣ ପାଇଁ ସୁନ୍ଦର ପ୍ରୟାସ ଟିଏ। ପୁର ପାଲ୍ଲୀ ଠୁ ଆରମ୍ଭ କରି ସବୁଠି ସାମାଜିକ ଦୂରତା ରକ୍ଷା କରି “ବନ୍ଦେ ଉତ୍କଳ ଜନନୀ” ଗାନ କରା ଯାଇ ଥିଲା। ଜଗନ୍ନାଥ ପ୍ରସାଦ ମୁଖ୍ୟ ରାସ୍ତା ରେ ଜଗନ୍ନାଥ ପ୍ରସାଦ ପୋଲିସି ଥାନା ଅଧିକାରୀ ଯୁବରାଜ ସ୍ୱାଇଁ ଙ୍କ ନେତୃତ୍ୱରେ ଓ ମା କଂଜେଇ ବଣିକ ସଂଘ ସଭାପତି ମାନସରଞ୍ଜନ ପରିଛ। ,ସମ୍ପାଦକ ଅମିତାଭ ମହାପାତ୍ର,ପ୍ରେସ କ୍ଳବର ନିରାକାର ସାହୁ,ଚନ୍ଦ୍ରକେତୁ ରାଉତ, ସୂର୍ଯ୍ୟନାରାୟଣ ପଣ୍ଡା ଓ ସମସ୍ତ ସାମ୍ବାଦିକଙ୍କ ସହଯୋଗ ରେ ଆଜିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଅଧ୍ୟାପକ ଲୋକନାଥ ମହାନ୍ତି ଓ ସାଥି ଙ୍କ ଦ୍ୱାରା ଗାନ କରା ଯାଇଥିବା “ବନ୍ଦେ ଉତ୍କଳ ଜନନୀ ,,,ତାଳେ ତାଳେ ସମସ୍ତେ ଗାନ କରିଥିଲେ।ବିଜୁ ଯୁବ ବାହିନୀ,ରେଡ଼ରିବନ କ୍ଳବ, ର ସଦସ୍ୟ ମାନେ ଯୋଗ ଦେଇଥିଲେ।ପୋଲିସି କର୍ମଚାରୀ କିଶୋର ଚନ୍ଦ୍ର ବେହେରା, ପ୍ରଭାତୀ ବେହେରା, ବିପିନବିହାରି ସ୍ୱାଇଁ, ଭଞ୍ଜ କିଶୋର ଗୌଡ଼, କୃଷ୍ଣ ଚନ୍ଦ୍ର ପାତ୍ର, ରଞ୍ଜନ କୁମାର ଆଚାର୍ଯ୍ୟ, ରୀନା ବେହେରା, ଉମା ଚରଣ ବେହେରା, ଉମାଚରଣ ଦେହୁରୀ,ଅମରକୁମାର ତରାଇ, L. ଦିପୁ ପାତ୍ର, ଜେମେସ ରାଇସିକା,ସନ୍ତୋଷ କୁମାର ମଲ୍ଲିକ,ଲ।ବଣ୍ୟ ଦଳ ବେହେରା, ରବି ମଲ୍ଲିକ, ମାଧବ ଶବର, ସହଦେଵ ମଣ୍ଡଳ, ଦଣ୍ଡପ।ଣି ମଲ୍ଲିକ, ପି.କେ.ମହାନ୍ତି ପ୍ରମୁଖ କୋରନା ସମୟରେ ବହୁ କଷ୍ଟ ସ୍ୱୀକାର କରି ନିଜ କାର୍ଯ୍ୟ ସମ୍ପାଦନ କରି ଶାନ୍ତି ଶୃଙ୍ଖଳା ରଖିବା ସହ ଆଜିର କାର୍ଯ୍ୟକ୍ରମ ରେ ମଧ୍ୟ ବିଶେଷ ସହାୟତା କରିଥିଲେ।ପରିଶେଷରେ ଶିକ୍ଷାବିତ୍ ଅନ୍ନଦା ତ୍ରିପାଠୀ କୋରନା ମହାମାରୀ ସମ୍ପର୍କ ରେ ସଚେତନତା ବାର୍ତା ଦେଇଥିଲେ।


