ବନ୍ଦ ହେବ ଶ୍ରମିକ ସ୍ବତନ୍ତ୍ର ଟ୍ରେନ୍ !

ନୂଆଦିଲ୍ଲୀ: ମେ ୩୦ ପର୍ଯ୍ୟନ୍ତ ରେଳବାଇକୁ ୩୧୨ଟି ଶ୍ରମିକ ସ୍ୱତନ୍ତ୍ର ଟ୍ରେନ ଚଳାଚଳ ପାଇଁ ଅନୁମତି ମଗାଯାଇଥିଲା । ତେବେ ବର୍ତ୍ତମାନ ସୁଦ୍ଧା ପ୍ରାୟ ୪୦୦୦ ଲକ୍ଷ ଟ୍ରେନ୍‌ ଯୋଗେ ପ୍ରାୟ ୫୬ ଲକ୍ଷ ପ୍ରବାସୀ ଶ୍ରମିକ ଏବଂ ଶ୍ରମିକଙ୍କୁ ସେମାନଙ୍କ ଘରକୁ ଫେରିସାରିଲେଣି । କିନ୍ତୁ ବର୍ତ୍ତମାନ ଏହି ଟ୍ରେନର ଚାହିଦା ହ୍ରାସ ପାଇଛି। ଭାରତୀୟ ରେଳ ମନ୍ତ୍ରାଳୟ ତାଲାବନ୍ଦ କଟକଣା ଯୋଗୁଁ ବିଭିନ୍ନ ପ୍ରାନ୍ତରେ ଫଶି ରହିଥିବା ପ୍ରବାସୀ ଶ୍ରମିକଙ୍କୁ ନିଜ ନିଜ ରାଜ୍ୟକୁ ଫେରାଇ ଆଣିବାକୁ ସ୍ୱତନ୍ତ୍ର ଟ୍ରେନ ସେବା ଆରମ୍ଭ କରିଥିଲା। ଏବେ ଏହି ସେବାକୁ ବନ୍ଦ କରିବାକୁ ଭାରତୀୟ ରେଳ ମନ୍ତ୍ରାଳୟ ସଙ୍କେତ ଦେଇଛି। ରେଳ ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଯେପର୍ଯ୍ୟନ୍ତ ସ୍ୱତନ୍ତ୍ର ଟ୍ରେନର ଚାହିଦା ରହିଛି, ସେ ପର୍ଯ୍ୟନ୍ତ ଏହି ଟ୍ରେନ୍‌ ଚଳାଚଳ କରିବ। ରେଳବାଇ ବୋର୍ଡର ଅଧ୍ୟକ୍ଷଙ୍କ ତରଫରୁ ମେ ୨୯ ତାରିଖରେ ବିଭିନ୍ନ ରାଜ୍ୟର ସରକାରଙ୍କ ନିକଟକୁ ପଠାଯାଇଥିବା ଏକ ଚିଠିରେ ଅନୁରୋଧ କରାଯାଇଛି ଯେ, ନିଜ ରାଜ୍ୟକୁ ଫେରିବାକୁ ଇଚ୍ଛା କରୁଥିବା ପଞ୍ଜୀକୃତ ପ୍ରବାସୀଙ୍କ ତାଲିକା ଉପରେ ନଜର ରଖିବା ଉଚିତ ।
ସେହିଭଳି ରେଳ ମନ୍ତ୍ରାଳୟ ତରଫରୁ କେବଳ ୩୨୧ ଟି ଟ୍ରେନ୍‌ ଦାବି କରାଯାଇଛି ଏବଂ ଅଧିକାଂଶ ଟ୍ରେନ୍‌ ପଶ୍ଚିମବଙ୍ଗ ପାଇଁ ରହିଛି। ଦୈନିକ ହାରାହାରି ୨୦୦ ରୁ ଅଧିକ ଶ୍ରମିକ ସ୍ୱତନ୍ତ୍ର ଟ୍ରେନ୍‌ ଚଳାଉଥିବା ଭାରତୀୟ ରେଳବାଇ ଆସନ୍ତା ୨ଦିନ ମଧ୍ୟରେ ୩୨୧ ଟ୍ରେନର ଚାହିଦା ପୂରଣ କରିବାର କ୍ଷମତା ରଖିଛି। ଏଭଳି ପରିସ୍ଥିତିରେ ଦୁଇ ଦିନ ପରେ ଶ୍ରମିକଙ୍କ ସ୍ୱତନ୍ତ୍ର ଟ୍ରେନ୍‌ ଚାଲିବ କି ନାହିଁ ସେ ସମ୍ପର୍କରେ କୌଣସି ସୂଚନା ମିଳିପାରି ନାହିଁ । ତେବେ ରାଜ୍ୟଗୁଡ଼ିକରୁ ପର୍ଯ୍ୟାୟକ୍ରମେ ଟ୍ରେନ୍‌ ପଠାଇବାକୁ ରେଳବାଇ ପକ୍ଷରୁ ଦାବି ରହିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ