ବନ୍ଧପାରିଠାରେ ମୋବାଇଲ ଟାୱାର ସ୍ଥାପନ ଦାବି ନେଇ ଲାଞ୍ଜିଗଡ଼ ବିଧାୟକଙ୍କୁ ଅଞ୍ଚଳବାସୀଙ୍କ ଅଭିନବ ପ୍ରତିବାଦ

ଲାଞ୍ଜିଗଡ, (ଯୁଗାବ୍ଦ ନ୍ୟୁଜ):ସ୍ୱାଧୀନତାର ଦୀର୍ଘ ବର୍ଷ ବିତିଯାଇଥିଲେ ମଧ୍ୟ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକର ବିଭିନ୍ନ ଦୁର୍ଗମ ଅଞ୍ଚଳରେ ଡିଜିଟାଲ ଇଣ୍ଡିଆର ସୁଫଳ ପହଁଚି ପାରିନାହି । ଗତ ପଞ୍ଚାୟତ ନିର୍ବାଚନ ବେଳେ ଅଞ୍ଚଳରେ ମୋବାଇଲ ଟାୱାର ସୁବିଧା କରିବେ ବୋଲି ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ ଦିଶାରୀ ପ୍ରତିଶ୍ରୁତି ଦେଇଥିଲେ। ବର୍ତ୍ତମାନ ଆଉ ଏକ ପଞ୍ଚାୟତ ନିର୍ବାଚନ ହେବାକୁ ଥିବା ବେଳେ ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ ଦିଶାରୀ ବନ୍ଧପାରି ଗ୍ରାମରେ ଅଞ୍ଚଳବାସୀଙ୍କ ଦ୍ଵାରା ହଟହଟା ହୋଇଛନ୍ତି। ବିଧାୟକ ଆସୁଥିବା ଖବର ପାଇ ବନ୍ଧପାରି ଗ୍ରାମରେ ଲୋକମାନେ ବାଉଁଶ ର ଏକ ମୋବାଇଲ ଟାୱାର ନିର୍ମାଣ କରିଥିଲେ । ଏହାର ଉଦଘାଟନ ପାଇ ବ୍ୟାନର ରେ ବିଧାୟକ ଙ୍କ ନାମ ଲେଖି ଟାଙ୍ଗି ଥିଲେ । ସେହି ରାସ୍ତା ଦେଇ ଯିବା ସମୟରେ ବିଧାୟକ ଙ୍କ ଗାଡ଼ି କୁ ଅଟକାଇ ଥିଲେ। ବିଧାୟକ ଙ୍କୁ ବାଉଁଶ ମୋବାଇଲ ଟାୱାର କୁ ଉଦଘାଟନ କରିବା ପାଇଁ ଜିଦ ଧରିଥିଲେ। ଫଳରେ ଘଟଣା ସ୍ତଲରେ ବିଧାୟକ ହଟହଟା ହୋଇଥିଲେ। ଅସଲି ମୋବାଇଲ ଟାୱାର ତ କରିପାରିଲନି କେବଳ ମିଥ୍ୟା ପ୍ରତିଶ୍ରୁତି ଦେଲ ବୋଲି ପ୍ରଶ୍ନବାଣ ରେ ବିଧାୟକ ଘାଇଲା ହୋଇଥିଲେ। ପରେ ବହୁ ବୁଝାସୁଝା କରି ଘଟଣା ସ୍ଥଳରୁ ହିନସ୍ତା ହୋଇ ଚାଲିଯାଇଥିଲେ। ମୋବାଇଲ ଯୋଗାଯୋଗ ନଥିବାରୁ ଅଞ୍ଚଳର କୌଣସି ରୋଗୀ ସଠିକ୍ ସମୟରେ ଆମ୍ବୁଲାନ୍ସଟିଏ ପାଇପାରୁନାହିଁ । ସେହିପରି ଶିକ୍ଷା ବ୍ୟବସ୍ଥା ମଧ୍ୟ ମୋବାଇଲ ଯୋଗାଯୋଗ ଅଭାବରୁ ବାଧାପ୍ରାପ୍ତ ହେଉଛି । ଆଜି ପର୍ଯ୍ୟନ୍ତ ଟେଲି ଯୋଗାଯୋଗରୁ ବଞ୍ଚିତ ରହି ଆସିଥିବା ବନ୍ଧପାରି ପଞ୍ଚାୟତ ଅଞ୍ଚଳରେ ତୁରନ୍ତ ମୋବାଇଲ ନେଟୱର୍କ ସ୍ଥାପନ ପାଇଁ ବିଧାୟକ ଶ୍ରୀ ଦିଶାରିଙ୍କ ଦୃଷ୍ଟି ଆକର୍ଷଣ କରି ଏକ ଦାବିପତ୍ର ମଧ୍ୟ ପ୍ରଦାନ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ