ବନ୍ଧରେ ବୁଡି ଯୁବକ ମୃତ୍ୟୁ
ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):ବାଲିଗୁଡା ସହରର ବସଷ୍ଟାଣ୍ଡ ନିକଟରେ ଥିବା ବନ୍ଧରେ ବୁଡି ଜଣେ ଯୁବକ ମୃତ୍ୟୁ ହୋଇ୍ଯାଇଛି ।ଘଟଣାରୁ ପ୍ରକାଶ ଯେ ନୁଆସାହିର ରାଜୁୁ ପାତ୍ର ସକାଳ ପ୍ରାୟ ୧୦ଟା ସମୟରେ ଏହି ବନ୍ଧକୁ ଗାଧୋଇବାକୁ ଆସିଥିଲେ । ଗାଧୋଇବା ସମୟରେ ପାଣିଭିତରେ ବୁଡି ରହିଗଲେ ,କିଛି ସମୟପରେ ସେହି ବନ୍ଧରେ କିଛି ଲୋକ ଗାଧୋଉଥିଲେ ଯୁବକୁ ପାଣିରେ ବୁଡି ନବାହାରିବାର ଦେଖି ଯୁବକକୁ ପାଣି ଭତରେ ଖୋଜିବାକୁ ଲାଗିଲେ ଓ ଅନ୍ୟବ୍ୟକ୍ତ ମାନେ ଦମକଳ କେନ୍ଦ୍ରକୁ ଫୋନ ଯୋଗେ ଡାକିଥିଲେ ଏହି ସମୟରେ ବୁଡିଥିବା ଲୋକକୁ ପାଣି ଭିତରୁ କାଡି ବାହାରକୁ ଆଣିଥିଲେ ,ଦମକଳ ଗାଡି ଓ କର୍ମଚାରୀ ମାନେ ପହଁଚି ବୁଡିଯାଇଥିବା ଲୋକକୁ ଉପଖଣ୍ଡ ଚିକିତ୍ସାଳୟକୁ ଆଣିଥିଲେ କିନ୍ତୁ ବୁଡିଯାଇଥିବା ଲୋକର ଜୀବନ ନଥିଲେ ଡାକ୍ତର ତାଙ୍କୁ ଚିକିତ୍ସାଳୟରେ ମୃତ ଘୋଷଣା କରିଥିଲେ ।