ବନ୍ଧୁକରୁ ଗୁଳିଫୁଟି ଗୁରୁତର
ଅନୁଗୋଳ, :ଅନୁଗୁଳ ଜିଲ୍ଲା ଖମାର ଥାନା ଅନ୍ତର୍ଗତ ପୁରୁଣାପାଣି ଗାଁ ର ବିକାଶ ନାୟକ ଗୁଳି ବାଜିବାରୁ ଗୁରୁତର ଅବସ୍ଥାରେ ପ୍ରଥମେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ଓ ପରେ କଟକ ମେଡ଼ିକାଲ କୁ ସ୍ଥାନାନ୍ତର।ଶିକାର ସମୟରେ ଭୁଲ ବସତ ଗୁଳି ବାଜିବାର ସନ୍ଦେହ କରାଯାଉଥିବା ବେଳେ ଆହତଙ୍କ ବାପାଙ୍କ କହିବା ଅନୁଯାୟୀ କେହି ଜଣେ ଚୋରା ବନ୍ଧୁକ ନଡ଼ା ଗଦା ଭିତରେ ଲୁଚାଇ ରଖିଥିଲା ଓ ବିକାଶ ନଡ଼ା ଟାଣିଲା ସମୟରେ ବନ୍ଧୁକଟି ହଠାତ ଫୁଟି ଯାଇଥିଲା।ଆହତ ର ଉଭୟ ଗୋଡ଼ରେ ଗୁଳି ବାଜିଥିଲା ଯେଉଁଥିରୁ ଗୋଟେ ଗୋଡ଼ରୁ ଖବର ଲେଖା ହେବା ପର୍ଯ୍ୟନ୍ତ ବାହାରି ପାରି ନ ଥିଲା।ପୋଲିସ ଘଟଣା ର ପ୍ରକୃତ କାରଣ ସମ୍ପର୍କରେ ତଦନ୍ତ କରୁଛି।


