ବନ୍ଧୁକ ଜବତ କଲା ପୋଲିସ
ଗଜପତି ଜିଲ୍ଲା ମୋହନା ପୁଲିସ ର ନିର୍ବାଚନ ସୁରକ୍ଷା ତଦାରଖ କରିବା ବେଳେ ମୋହନା ଥାନା ଅନ୍ତର୍ଗତ ଭାଲିଆଗୁଡା ଗ୍ରାମ ନିକଟସ୍ଥ ନୟାଗଡ ଅସ୍ତ୍ରାଗାର ରୁ ନକ୍ସଲ ମାନଙ୍କ ଦ୍ବାରା ଲୁଟ ଗୋଟିଏ ଇନସାସ ପିଡିଏସ ୯୧ନାମକ ପୁରୁଣା ବନ୍ଧୁକ ଏବଂ ହିଚାଗାନ୍ଧି ଗ୍ରାମ ନିକଟରୁ ୨ଟି ଶିକାରୀ ବନ୍ଧୁକ ସହ ୮୬ ଟି ଜୀବନ୍ତ ଗୁଳି ଏବଂ ୫ଟି ମାଗାଜିନ ଜବତ କରିଛି ପୋଲିସ। ଏହି ଘଟଣାରେ ଅଭିଯୁକ୍ତ ବେତିଙ୍ଗି ଗ୍ରାମର ରବି ମଲ୍ଲିକ ଓ ହରିରାଜ ମଲ୍ଲିକ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଗଜପତି ଏସ ପି ସାରା ଶର୍ମା ଏକ ସମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଏବଂ ଏ ସମ୍ପର୍କରେ ସୂଚନା ଦାତା ଙ୍କ ତଥ୍ୟ କୁ ଭିତି ଅଧିକ ତଦନ୍ତ ଚାଲିଥିବା କହିଛନ୍ତି।