ବନ୍ଧୁକ ଦେଖାଇ ଫାଇନାନ୍‌ସ କର୍ମଚାରୀଙ୍କ ଠାରୁ ଲୁଟ

ହାଟଡିହି, (ବିକାଶ ବିଶ୍ୱାଳ ) : ଛେନାପଦି-ହଦଗଡ ରାସ୍ତାର ପୁରୁଣାପାଣି ନିକଟରେ ଭାରତ ଫାଇନାନସ ସଂସ୍ଥାର ଜଣେ କର୍ମଚାରୀଙ୍କ ଠାରୁ ବନ୍ଧୁକ ଦେଖାଇ ଲକ୍ଷାଧିକ ଟଙ୍କା ଲୁଟ ହୋଇଥିବା ଜଣାଯାଇଛି । ସନ୍ଧ୍ୟାସୁଧା ଏନେଇ ଥାନାରେ କୌଣସି ଲିଖିତ ଅଭିଯୋଗ ହୋଇ ନଥିବା ବେଳେ ବାହ୍ୟ ସୁତ୍ରରୁ ଖବରପାଇ ଘଟଣାସ୍ଥଳରେ ପହଞ୍ଚି ଅନୁଧ୍ୟାନ କରିଥିବା ସୁଚନା ମିଳିଛି । ସ୍ଥାନୀୟ ଲୋକଙ୍କ ନିକଟରୁ ମିଳିଥିବା ସୁଚନା ଅନୁଯାଇ ଭାରତ ଫାଇନାନସ ସଂସ୍ଥାର ଜଣେ କର୍ମଚାରୀ ଆଜିସକାଳେ କଣିଆରୀ ଗ୍ରାମକୁ ଯାଇ କିଛି ସ୍ୱୟଂସହାୟକ ଗୋଷ୍ଠୀର ସଦସ୍ୟଙ୍କ ଠାରୁ ଋଣ ଟଙ୍କା ଆଦାୟ କରିବାପରେ ପୁରୁଣାପାଣିର ଗୋଟିଏ ଏସଏସଜି ଗ୍ରୁପର ଜଣେ ସଦସ୍ୟଙ୍କ ନିକଟକୁ ଟଙ୍କା ଆଣିବାପାଇଁ ଯାଉଥିବାବେଳେ ତିନିଜଣ ଦୁର୍ବୁତ ଏକ କଳାପଲସର ବାଇକରେ ଆସି ତାଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଟଙ୍କା ବ୍ୟାଗଟିକୁ ଛଡାଇ ନେଇ ପଳାଇଥିଲେ । ବ୍ୟାଗରେ ଏକ ଲକ୍ଷ ୬୦ହଜାର ଟଙ୍କା ସହ ଗୋଟିଏ ଟାବଲେଟ ଥିବା କର୍ମଚାରୀ ଜଣକ କହିଥିଲେ । ସଂପୃକ୍ତ କର୍ମଚାରୀଙ୍କ ପାଟିଶୁଣି ସଙ୍ଗେସଙ୍ଗେ ଅନେକ ଗ୍ରାମବାସୀ ଓ ବାଟୋଇ ସେଠାରେ ରୁଣ୍ଡିଭୁତ ହୋଇଥିଲେ । ସ୍ଥାନୀୟ ଲୋକଙ୍କ ଠାରୁ ଖବରପାଇ ପୁଲିସ ଘଟଣାସ୍ଥଳକୁ ଆସି ତଦନ୍ତ ଆରମ୍ଭ କରିଥିଲା । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ସୋସୋ ଥାନାରେ ଏନେଇ କୌଣସି ଅଭିଯୋଗ ହୋଇ ନଥିବା ଥାନା ଆଇଆଇସି ଉପେନ୍ଦ୍ରନାଥ ଦାଶ ସୁଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ