ବନ୍ଧୁକ ଦେଖାଇ ବ୍ୟବସାୟୀଙ୍କ ଠାରୁ ୧ଲକ୍ଷ ୩୨ ହଜାର ଲୁଟ
ନାଉଗାଁ,(ଯୁଗାବ୍ଦ ନ୍ୟୁଜ):ନାଉଗାଁ ଥାନା ଅନ୍ତର୍ଗତ ତିରୁଣା-ଡବାର ରାସ୍ତାରେ ଅପରାହ୍ନ ସମୟରେ ବନ୍ଧୁକ ଦେଖାଇ ବ୍ୟବସାୟୀଙ୍କ ଠାରୁ ଲୁଟ ହୋଇଛି । ବ୍ୟବସାୟୀଙ୍କର ନାମ ଅଶ୍ୱନୀ ସାହୁ ହୋଇଥିବା ବେଳେ ତାଙ୍କର ବାଲିକୁଦା ଥାନାର ମାଧୁରୀ ବଜାରରେ ଅଶ୍ୱିନୀ ଟ୍ରେଡର୍ସ ରହିଛି ବୋଲି ଜଣାଯାଇଛି । ପାପ୍ତ ସୂଚନା ଅନୁସାରେ ବ୍ୟବସାୟୀ ଅଶ୍ୱିନୀ ସାହୁ ଗଂଗଦାହାଟରେ ବିଭିନ୍ନ ଦୋକାନରେ ଜିନିଷ ପତ୍ର କାରବାର କରିଥାନ୍ତି । ରବିବାର ଗଂଗଦାହାଟରୁ ବକେୟା ଟଙ୍କା ୧ଲକ୍ଷ ୩୨ ହଜାରରୁ ଉର୍ଦ୍ଧ ଆଦାୟ କରି ବାଇକି ଯୋଗେ ଅଶ୍ୱିନୀ ଓ ତାଙ୍କ କର୍ମଚାରୀ ମାଧୁରୀ ବଜାରକୁ ଫେରୁଥିଲେ । ହଠାତ ତିରୁଣା, ମହନାପାରୀ ଓ ଡାବର ରାସ୍ତାର ତିନି ଛକରେ ପଛପଟୁ ଏକ ନାଲି ରଂଗର ବାଇକିରେ ତିନି ଜଣ ଯୁବକ ଆସି ଆଗରେ ବାଇକିଟିକୁ ରଖି ଦେଇ ବନ୍ଧୁକ ଦେଖାଇଥିଲେ । ପାଖରେ କ’ଣ ଅଛି ଦିଅ ନ ହେଲେ ଫୁଟାଇ ଦେବୁ ବୋଲି କହିଥିଲେ । ସେମାନେ ଭୟରେ ସମସ୍ତ ଟଙ୍କା ବ୍ୟାଗ ଧରାଇ ଦେଇଥିଲେ । ସେମାନେ ସମସ୍ତ ଟଙ୍କାକୁ ନେଇ ତିରୁଣା ଆଡକୁ ପଳାଇ ଯାଇଥିଲେ । ନାଉଗାଁ ଥାନାଧିକାରୀ ପ୍ରଜ୍ଞା ରିତାମ୍ଭର କର ଖବର ପାଇଁ ଘଟଣାସ୍ଥଳରେ ପହଁଚି ତଦନ୍ତ ଚଳାଇଥିବା ଜଣାଯାଇଛି ।