ବନ୍ଧୁକ ଦେଖାଇ ବ୍ୟବସାୟୀଙ୍କ ଠାରୁ ଟଙ୍କା ଲୁଟ
ଯୋଡ଼ା : ବାମେବାରୀ ଥାନା ଅନ୍ତର୍ଗତ ମଲଦା ଚମ୍ପାଡ଼ିହି ଗ୍ରାମରେ ବନ୍ଧୁକ ଦେଖାଇ ବାସୁଦେବ ମହାନ୍ତ ନାମକ ବ୍ୟବସାୟୀଙ୍କ ଠାରୁ ୫୦ହଜାର ଟଙ୍କା ଦୁବ୍ରୁ୍ରତମାନେ ଲୁଟ କରିନେଇଥିବା ଜଣାପଡ଼ିଛି । ବ୍ୟବସାୟୀ ବାସୁଦେବ ମହାନ୍ତ ଙ୍କ ଘରକୁ ୪ରୁ ୫ଜଣ ଦୁର୍ବୁତ ଏକ ବୋଲେର ଗାଡ଼ିରେ ଆସି ବନ୍ଧୁକ ଦେଖାଇ ଧମକ ଦେବା ସହ ମାଡ଼ ମାରିଥିଲେ ଏବଂ ଟଙ୍କା ମାଗିଥିଲେ ।ଜୀବନ ଭୟରେ ବାସୁଦେବ ମହାନ୍ତ ସେମାନଙ୍କୁ ୫୦ହଜାର ଟଙ୍କା ଦେଇଥିଲେ ।ଟଙ୍କା ପାଇ ଦୁର୍ବୁତମାନେ ଫେରାର ହୋଇଯାଇଥିଲେ । ଘଟଣା ସଂପର୍କରେ ବାସୁଦେବ ମହାନ୍ତ ବାମେବାରୀ ପୋଲିସକୁ ଜଣାଇଥିଲେ ।ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଁଚି ଅନୁସନ୍ଧାନ ଆରମ୍ଭ କରିଛି । ବୁଧବାର ସଂଧ୍ୟା ପର୍ଯ୍ୟନ୍ତ ଏ ନେଇ ଥାନାରେ ଲିଖିତ ଅଭିଯୋଗ ହୋଇ ନ ଥିବା ବାମେବାରୀ ଥାନା ଓଆଇସି ଅମିତାଭ ଦାସ ପ୍ରକାଶ କରିଛନ୍ତି ।


