ବନ୍ଧୁକ ଦେଖାଇ ମୋବାଇଲ୍ ଓ ଟଙ୍କା ଲୁଟ୍ ଘଟଣାର ଜଣେ ଅଭିଯୁକ୍ତ ଗିରଫ
ଯୋଡ଼ା (ଯୁଗାଦ୍ଦ) : ସହରର ବସଷ୍ଟାଣ୍ଡ ନିକଟରେ ଗତ ସୋମବାର ରାତିରେ ସତ୍ୟଜିତ ମାହାର୍ଥାାଙ୍କ ଠାରୁ କିଛି ଦୁର୍ବୁତ ବନ୍ଧୁକ ଦେଖାଇ ଟଙ୍କା ଓ ମୋବାଇଲ ଲୁଟ୍ ଅଭିଯୋଗରେ ପୋଲିସ ଏଥିରେ ସଂପୃକ୍ତ ଜଣେ ଅଭିଯୁକ୍ତ ଯୋଡା ସହିଦ ନଗରର ସଂଜୟ କୁମାର କେଶରୀକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏନେଇ ପୋଲିସ କେଶ୍ ନଂ ୫୩/୨୦୨୦, ଦଫା ୩୯୫ ଆଇପିସି, ୨୫ ଆର୍ମଆକ୍ଟ ରୁଜୁ କରିଛି । ସୂଚନା ଯୋଗ୍ୟକି, ଗତ ସୋମବାର ରାତିପ୍ରାୟ ୧୦ ଘଟିକା ସମୟରେ ଯୋଡା ବସ୍ତିର ସତ୍ୟଜିତ ମାହାର୍ଥା ଦୋକାନ ବନ୍ଦ କରି ଖାଇବା ଆଣିବା ପାଇଁ ଯାଉଥିବା ବେଳେ ଯୋଡା ବସଷ୍ଟାଣ୍ଡ ନିକଟରେ ୮ ରୁ ୧୦ ଜଣ ଦୁର୍ବୁତ ତାଙ୍କୁ ବନ୍ଧୁକ ଦେଖାଇ ତାଙ୍କଠାରୁ ଗୋଟିଏ ମୋବାଇଲ୍ ଫୋନ ଓ ନଗଦ ୧୧୨୦୦ ଟଙ୍କା ଲୁଟି ନେଇ ଫେରାର ହୋଇଯାଇଥିଲେ । ଏନେଇ ଯୋଡା ଥାନାରେ ଅଭିଯୋଗ ପରେ ପୋଲିସ ତଦନ୍ତ ଜାରି ରଖିଥିଲା । ଯୋଡା ପୋଲିସ ଶୁକ୍ରବାର ରାତିରେ ଚଢାଉ କରି ଅଭିଯୁକ୍ତ ସଂଜୟ କୁମାର କେଶରୀକୁ ଗିରଫ କରିଥିବା ଯୋଡା ଥାନା ଆଇଆଇସି ରାଇସେନ୍ ମୁର୍ମୁ ସୂଚନା ଦେଇଛନ୍ତି ।