ବନ୍ଧୁକ ଦେଖାଇ ଶାକମ୍ବରି ପେଟ୍ରୋଲ ପମ୍ପରୁ ଲୁଟିନେଲେ ଲକ୍ଷାଧିକ ଟଙ୍କା
ରାଇରଙ୍ଗପୁର (ଅକ୍ଷୟ ବିଶ୍ୱାଳ): ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର ଟାଉନଥାନା ଅନ୍ତର୍ଗତ ରାଇରଙ୍ଗପୁର-ଯଶିପୁର ରାସ୍ତା ପାର୍ଶ୍ବ ନୂଆଗାଁର ଶାକମ୍ବରି ପେଟ୍ରୋଲ ପମ୍ପ ରୁ ଆଜି ସନ୍ଧ୍ୟା ୬ଟା ପାଖାପାଖି ସମୟରେ ୭/୮ ଅଜଣା ମୁଖାପିନ୍ଧା ଦୁବୃର୍ତ୍ତ ପିସ୍ତଲ ଦେଖାଇ ପେଟ୍ରୋଲ କର୍ମଚାରୀଙ୍କୁ ମାରପିଟ୍ କରି ଭୟଭୀତ କରି ଟଙ୍କା ବାକ୍ସରୁ ୧,୩୦,୦୦୦ ଟଙ୍କା,୪ଟି ମୋବାଇଲ ଏବଂ ସିସିକେମେରା ବାକ୍ସ ଭାଙ୍ଗି ଡିଭିଆର୍ ଲୁଟି ନେଇ ବାଇକରେ ଦୃତ ଗତିରେ ଆସି ପଳାଇଥିଲେ । ଦୁବୃର୍ତ୍ତ ମାନେ ହିନ୍ଦୀଭାଷାରେ କଥା ହେଉଥିଲେ ଏବଂ କମ ବୟସର ଯୁବକ ଥିଲେ । ପ୍ରଥମେ ସେମାନେ କର୍ମଚାରୀମାନଙ୍କୁ ମାରପିଟ୍ କରି ଗୋଟାଏ ରୁମରେ ପୁରାଇଥିଲେ ବୋଲି କର୍ମଚାରୀ ମାନେ କାନ୍ଦି କାନ୍ଦି ଗଣମାଧ୍ୟମ ସମ୍ମୁଖରେ କହିଥିଲେ । ପେଟ୍ରୋଲ ପମ୍ପ ରେ ମାଲିକ ନ ଥିଲେ ।ପରେ ମାଲିକ ଏବଂ ପୋଲିସକୁ ଖବର ଦେଇଥିଲେ ।ପୋଲିସ ଅଧିକାରୀ ସନ୍ତୋଷ ଖେସ ଏବଂ ଅନ୍ୟ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଛାନଭିନ ଆରମ୍ଭ କରି ଦେଇଛନ୍ତି ।ପୋଲିସ ତରଫରୁ ଚାରିଆଡକୁ ମେସେଜ ଦିଆଯାଇଛି ।