ବନ୍ଧୁକ ଦେଖାଇ ହତ୍ୟା ଧମକ : ୨ ଅଭିଯୁକ୍ତ କୋର୍ଟ ଚାଲାଣ

ହାଟଡିହି,(ଯୁଗାବ୍ଦ ନ୍ୟୁଜ୍‌): ଗତକାଲି ସନ୍ଧ୍ୟାରେ ଦୁଇଜଣ ଯୁବକ ବନ୍ଧୁକ ଦେଖାଇ ଛେନାପଦିଛକରେ ତିନି ଚାରିଜଣ ଯୁବକଙ୍କୁ ବନ୍ଧୁକ ଦେଖାଇ ହତ୍ୟା ଧମକ ଦେବା ଘଟଣାରେ ନନ୍ଦିପଦା ପୁଲିସ ଅବିନାଶ ଘଡେଇଙ୍କ ଅଭିଯୋଗ କ୍ରମେ ଏକ ମାମଲା ରୁଜୁ କରିବା ସହିତ ଦୁଇ ଅଭିଯୁକ୍ତଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି । ସେମାନଙ୍କ ଠାରୁ ପୁଲିସ ଏକ ବନ୍ଧୁକ, ତିନି ରାଉଣ୍ଡ ଜୀବନ୍ତ ଗୁଳି ଓ ଗୋଟିଏ କାର ଜବଦ କରିଛି । ଅଭିଯୁକ୍ତ ମାନେ ହେଉଛନ୍ତି ରାମଚନ୍ଦ୍ରପୁର ଥାନା ଅଞ୍ଚଳର ମାନସ ରଞ୍ଜନ ସାହୁ ଓ ପୁରୁଣାବାନ୍ଦଗୋଡାର ଅଭିଷେକ ମାଝୀ । ଏଠାରେ ସୁଚନାଯୋଗ୍ୟ ଗତକାଲି ସନ୍ଧ୍ୟାରେ ପନ୍ଦାଡୋ, ବଡରମ୍ପାସ ଓ ହାଟଡିହି ଅଞ୍ଚଳର ତିନି ଜଣ ଯୁବକ ହଦଗଡରୁ ଭୋଜିକରି ଆସି ଛେନାପଦିଛକରେ ଚାଟ ଖାଇବାକୁ ଠିଆ ହୋଇଥିବା ସମୟରେ ଅଭିଯୁକ୍ତ ଅଭିଷେକ ମାଝୀ ଏକ କାରରୁ ଓହ୍ଲାଇ କାହିଁକି ଆମକୁ ଗାଳିଦେଲ ବୋଲି କହି ବନ୍ଧୁକ ଦେଖାଇ ମାରିଦେବାକୁ ଧମକ ଦେଇଥିଲା । ଯୁବକ ତିନିଜଣ ଆମେ କିଛି କହିନାହୁଁ ବୋଲି ଯେତେ ପ୍ରକାର ବୁଝାଇଲେ ବି ସେମାନେ ନବୁଝି ତୁମେହିଁଁ କହିଛ ବୋଲି କହି ବନ୍ଧୁକ ଦେଖାଇ କେଉଁଆଡକୁ ଛାଡି ନଥିଲା । ଏପରି ଅବସ୍ଥା ଦେଖି ଲୋକମାନେ ଧିରେ ଧିରେ ରୁଣ୍ଡ ହୋଇ ଉକ୍ତ ବନ୍ଧୁକଧାରୀକୁ କାବୁ କରିନେବାପରେ ବନ୍ଧୁକଟିକୁ ଛଡାଇ ନେଇଥିଲେ । ପରେ ଏ ସମ୍ପର୍କରେ ପୁଲିସକୁ ଜଣାଇବାପରେ ନନ୍ଦିପଦା ପୁଲିସ ଆସି ଇଣ୍ଡିଗୋ ଗାଡି ନଂ ଓଡି ୩୩ ଏ ୮୨୭୬ କୁ ଜାବତ କରିବା ସହ ଯୁବକ ଦୁଇଜଣଙ୍କୁ ଥାନାକୁ ନେଇଥିଲା । ଆଜି ସେମାନଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ